Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଳକ ର ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ ପାଳିତ….

ଲକ୍ଷ୍ମୀପୁର ୨୬/୦୧..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବ୍ଳକ ସଦର ମହକୁମା ର ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଗିରିଜା ଚଉଧୁରୀ,ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଅଧ୍ୟକ୍ଷା ଶୁଆଇ କୁଲେସିକା,ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟ ରେ ପୂର୍ବତନ ବିଧାୟକ କୈଳାଶ କୁଲେସିକା,  ସରକାରୀ ୟୁପି ସ୍କୁଲ ରେ ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ସାହୁ,ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ରେ ପ୍ରିନସିପାଲ ସସ୍ମିତା ବିଶ୍ୱାଳ, ଲ୍ୟାମ୍ପସ ରେ ସଭାପତି ରାଧେଶ୍ୟାମ ଯାନୀ, ଥାନା ରେ ଆଇଆଇସି ସୁଜ୍ଞାନୀ ସାହୁ ପତକା ଉତ୍ତଳୋନ କରିଥିବାର ଦେଖିବାକୁ ମିଳିଥିଲା। ଏହି ସ୍ୱତନ୍ତ୍ର ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ମାନେ  ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ବେଶରେ ସଜ୍ଜିତ ହୋଇ  ବିଦ୍ୟାଳୟ ରେ ପହଂଚିଥିଲେ। ବିଦ୍ୟାଳୟ ମାନଙ୍କ ରେ ପତାକା ଉତ୍ତଳୋନ ସମାପ୍ତ ହେବା ପରେ ଲକ୍ଷ୍ମୀପୁର ର ବସ ଷ୍ଟାଣ୍ଡ ରେ ପହଂଚିଥିଲେ ଛାତ୍ର ଛାତ୍ରୀ। ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପହଂଚିବା ପରେ ଜାତୀୟ ରାଜପଥ ୩୨୬ ରେ ପ୍ରବଳ ଭିଡ଼ ହୋଇଥିଲା, ଭିଡ଼ କୁ ନିୟନ୍ତ୍ରିତ କରିନପାରି ପୋଲିସ ନାକେଦମ ହୋଇଥିବା ବେଳେ  ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା, ଏପରିକି ବସ ଷ୍ଟାଣ୍ଡ ରେ ଏତେ ସଂଖ୍ୟକ ଛାତ୍ର ଛାତ୍ରୀ ଙ୍କୁ କାହିଁକି  ବିପଦ ପୁର୍ଣ ଭାବେ ଏକତ୍ରିତ କରୁଛନ୍ତି  ବୋଲି ଅନେକ ଲୋକେ ପ୍ରଶ୍ନ କରିଥିଲେ।ଆଗରୁ ବ୍ଳକ କାର୍ଯ୍ୟାଳୟ ନିକଟସ୍ଥ ପଡିଆ ରେ ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ମିଳିତ ପରେଡ ରେ ଯୋଗ ଦେଉଥିଲେ କିନ୍ତୁ ଗତ କିଛି ବର୍ଷ ହେଲା ଏପରି ଆୟୋଜନ ବନ୍ଦ ହୋଇଯାଇଥିବା କାରଣରୁ ଅଭିଭାବକ ମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ, କେବଳ ସେତିକି ନୁହେଁ ବ୍ଲକ କାର୍ଯ୍ୟାଳୟ ରେ ପ୍ରସ୍ତୁତି ବୈଠକ ହେବା ତ ଦୂରର କଥା ପତାକା ଉତ୍ତଳୋନ ମଧ୍ୟ କରାଯାଉଥିବା କେହି ଜାଣି ପାରୁନଥିବା ଗଣମାଧ୍ୟମ ପ୍ରତିନିଧି ପ୍ରକାଶ କରିଛନ୍ତି।