Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଜପତ ରାୟ ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର,୩୦ ରୁ ଉର୍ଦ୍ଧ ରକ୍ତଦାତାଙ୍କୁ ସ୍ଵତନ୍ତ୍ର ସମ୍ମାନ ପ୍ରଦାନ

ସମ୍ବଲପୁର : ୭୬ ତମ ସାଧାରଣତନ୍ତ୍ର ଦିବସ ପାଇଁ ଆଜି ସମ୍ବଲପୁର ଆଇନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଅଛି। ଆଲୁମିନି ଆସୋସିଏସନ୍ ଓ ଅଗ୍ରଣୀ ରକ୍ତଦାନ ସଂସ୍ଥା ‘ ତ୍ୟାଗ ‘ ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଅଧକ୍ଷ ଡ ବିଜୟାନନ୍ଦ ବେହେରା ଉଦଘାଟନ କରିଥିଲେ । ବୁର୍ଲା ରକ୍ତ କେନ୍ଦ୍ର ରକ୍ତ ସଂଗ୍ରହ କରିଥିଲା। ଗତ ସ୍ବାଧୀନତା ଦିବସ ଅବସରରେ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ସ୍ଵତନ୍ତ୍ର ସମ୍ମାନ ପତ୍ର ଦିଆଯାଇଥିଲା। ସଂଯୋଜକ ପ୍ରକାଶ ଶତପଥୀ, ନଟବର ମହାରଣା, ଚିନମୟ ଶତପଥୀ, ରିମ୍ପୁ ସିଂହ , ସରୋଜ ତ୍ରିପାଠୀ, ପ୍ରଦୀପ ପଣ୍ଡା, ବିରଂଚି ମହାପାତ୍ର, ଶଙ୍କର ବଗର୍ତ୍ତି ପ୍ରମୁଖ ଶିବିର ପରିଚାଳନା କରିଥିଲେ ।
ଶିବିରରେ ୧୫ ଜଣ ଛାତ୍ର ଛାତ୍ରୀ ଓ ଜଣେ ଡାକ୍ତର ରକ୍ତଦାନ କରିଥିଲେ।ଅମୃତ ସାଗର ପଣ୍ଡା, ଅଭିଷେକ ମେହେର,ରିୟାଯୁଲ ରହମାନ, ରୋହିତ କୁମାର ଭୋଇ, ମନୋଜ ଜେନା ଅଙ୍କିତ ମୋଦି,ବିଶ୍ୱଜିତ୍ ମୁଦୁଲି, ନୀତେଶ ରଜଗନ୍ଧା, ମିସ ବନ୍ଦନା ପ୍ରଧାନ,ଅଶେଷ ପ୍ରଧାନ, ଅସୀମ ପଟେଲ, ସୁଦୀପ୍ତ ନାୟକ,ମିସ ଆଶା ଥାନାପତି, ଚିନ୍ମମୟ ଶତପଥୀ, ଡ ଧିବଗର ପ୍ରମୁଖ ରକ୍ତଦାନ କରିଥିଲେ।ସମସ୍ତଙ୍କୁ ୭୬ ତମ ଗଣତନ୍ତ୍ର ଦିବସର ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଶିବିରର ଅନ୍ୟତମ ସଂଯୋଜକ ନଟବର ମହାରଣା ଧନ୍ୟବାଦ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ