Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା :ମୌଳିକ ସାକ୍ଷରତା ଓ ଶିକ୍ଷାଜ୍ଞାନ କାର୍ଯ୍ୟକ୍ରମ

ସମ୍ବଲପୁର:କାଇଁଶିର ଅନ୍ତର୍ଗତ ନିର୍ଗୁଣପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ପ୍ରଧାନ ଶିକ୍ଷକ ବବୃବାହନ ଭୋଇଙ୍କ ନେତୃତ୍ୱରେ କ୍ଲୋଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଆଞ୍ଚଳିକ ସାଧନ କେନ୍ଦ୍ର ଦ୍ଵାରା ପିଲାଙ୍କ ମଧ୍ୟରେ ଗଳ୍ପକଥନ,ଭାଷା ଦକ୍ଷତା, ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଛି।ପ୍ରକାଶ ଥାଉକି ଶିଶୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସରଳ ଭାବେ ଗ୍ରହଣ କରି ନିଜର ପ୍ରତିଭାକୁ ପ୍ରସାର କରିବା ପୁଣି ଆଗାମୀ ଶ୍ରେଣୀରେ ସରଳ ଭାବେ ଗ୍ରହଣ କରି ନିଜକୁ ଶିକ୍ଷାର ଗୁଣାତ୍ମକ ବିକାଶ କରିବା ନିପୁଣ ଓଡ଼ିଶାର ଲକ୍ଷ୍ୟ।ଏହି କାର୍ଯ୍ୟକ୍ରମ କୁ କାଇଶିର ସଂଯୋଜିକା ଶୈଳସୁତା ପାଢ଼ୀ ,ବିଦ୍ୟାଳୟ ସଭାପତି ରାଜେନ୍ଦ୍ର ଓରାମ ସଭା ପରିଚାଳନା କରିଥିଲେ।ସୁଲଚନା ମିଶ୍ର,ମନୀଷ ବେହୁରିଆ, ମମତା ସାହୁ, ନିରୂପମା ଦେହୁରୀ, ସୁଜାତା ବେହେରା, ପଦ୍ମିନୀ ଦେବତା, ଆରତୀ କିଣ୍ଡୋ, ସିତାରାଣୀ ବେହେରା, ତନ୍ମୟା ମାଝୀ, ବିଷ୍ଣୁପ୍ରିୟା ରଥ ,ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପୁରସ୍କୃତ ଶିକ୍ଷୟତ୍ରୀ କାମିନୀ ମୁଣ୍ଡା ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ