Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଜନ କମାଇବାକୁ ଚାହୁଁଛନ୍ତି କି? ଗୋଟେ ଇଞ୍ଜେକ୍ସନ୍ ନେଲେ କମିବ ୧୫ କେଜିରୁ ଅଧିକ ଓଜନ!


ନୂଆଦିଲ୍ଲୀ: ଆଧୁନିକ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଯୋଗୁଁ ଆଜିର ସମୟରେ ମେଦବହୁଳତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଶିଶୁଠୁ ନେଇ ବୃଦ୍ଧ ଯାଏ ସମସ୍ତ ବର୍ଗର ଲୋକ ମେଦବହୁଳତା ସହ ସଂଘର୍ଷ କରୁଛନ୍ତି। ଆପଣ ଯେଉଁ ଆଡେ ବି ଦେଖନ୍ତୁ, ସୋସିଆଲ ମିଡିଆ, ୟୁଟ୍ୟୁବ୍, ଟିଭି, ନ୍ୟୁଜ୍ ପେପର, ସବୁଥିରେ ଓଜନ ହ୍ରାସ କରିବାକୁ ବିଭିନ୍ନ ପ୍ରକାରର ଟିପ୍ସ ଦେଖିବାକୁ ମିଳୁଛି। ଜିମ୍, ବ୍ୟାୟାମ, ଯୋଗ, ଡାଏଟ୍, ଫିଟନେସ୍ ବିଷୟରେ ସୋସିଆଲ୍ ମିଡିଆରେ ଅନେକ କଥା ସେୟାର୍ କରାଯାଉଛି।
ତେବେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏପରି ଏକ ଇଞ୍ଜେକସନ୍ ଅଛି ଯାହାକୁ ସପ୍ତାହରେ କେବଳ ଗୋଟିଏ ଥର ନେଲେ ଏକାଥରକେ ୧୫ କିଲୋଗ୍ରାମ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ବିଶ୍ବାସ କରିବା କଷ୍ଟକର। କିନ୍ତୁ ଏହା ସତ। ନିକଟରେ ଫାର୍ମାସ୍ୟୁଟିକାଲ୍ ବିଶେଷଜ୍ଞ ଏଲି ଲିଲି ଏଭଳି ଏକ ପ୍ରସଙ୍ଗକୁ ସାମ୍ନାକୁ ଆଣିଛନ୍ତି ଯେ ଯଦି ଏହି ଇଞ୍ଜେକସନ୍ ବଜାରକୁ ଆସେ ତେବେ ଏହା ଓଜନ ହ୍ରାସ କରିବା ପାଇଁ ରାମବାଣ ସଦୃଶ ହେବ।
ବାସ୍ତବରେ ଏଲି ଲିଲି କହିଛନ୍ତି, ‘ଆମେ ନିକଟରେ ଓଜନ ହ୍ରାସ ଔଷଧର ଏକ କ୍ଲିନିକାଲ୍ ପରୀକ୍ଷା କରିଛୁ, ଯାହାର ଫଳାଫଳ ବହୁତ ଭଲ ହୋଇଛି। ଏହି ଔଷଧର ନାମ ହେଉଛି ତିରଜେପାଟାଇଡ୍। ତିରଜେପାଟାଇଡ୍ ଔଷଧର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଔଷଧର ‘ମୋଞ୍ଜାରୋ ବ୍ରାଣ୍ଡ’ ନାମକ ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ବାସ୍ତବରେ, ଟାଇପ୍-୨ ମଧୁମେହ ରୋଗୀମାନେ ଏହି ଔଷଧକୁ ସପ୍ତାହରେ ଥରେ ଇଞ୍ଜେକ୍ସନ ଆକାରରେ ଗ୍ରହଣ କରନ୍ତି। ଏଲି ଲିଲିଙ୍କ ଦାବି ଅନୁଯାୟୀ ଏହି ଔଷଧ ଆମେରିକାର ବଜାରରେ ଓଜନ ହ୍ରାସ କ୍ଷେତ୍ରରେ ଆରମ୍ଭ କରାଯାଉ। ଯାହାଦ୍ୱାରା ଲୋକମାନେ ମେଦବହୁଳତା ଭଳି ରୋଗରୁ ମୁକ୍ତି ପାଇପାରିବେ। କାରଣ ଆଜିକାଲି ମେଦବହୁଳତା ହେଉଛି ସମସ୍ତ ରୋଗର ମୂଳ କାରଣ।
ଏଲି ଲିଲିଙ୍କ କହିବାନୁସାରେ, ତିର୍ଜେପାଟାଇଡ୍କୁ ନେଇ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କଠାରେ ଏହି ପରୀକ୍ଷା କରାଯାଇଥିଲା ସେମାନଙ୍କ ଓଜନ ସପ୍ତାହରେ ୧୫ କିଲୋଗ୍ରାମରୁ ଅଧିକ ହ୍ରାସ ପାଇଛି। ଏହି ଔଷକ୍ଷର ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରୋଗୀଙ୍କଠାରେ ଦେଖିବାକୁ ମିଳିଥିଲା। ଯେପରିକି ଗ୍ୟାଷ୍ଟ୍ରୋଏଣ୍ଟେଷ୍ଟାଇନ, ବାନ୍ତି, ପେଟ ସମସ୍ୟା। କିନ୍ତୁ ଫଳାଫଳ ବହୁତ ଭଲ ଥିଲା ବୋଲି ସେ କହିଛନ୍ତି। ୨୦୨୩ ଶେଷ ସୁଦ୍ଧା ଏହି ଔଷଧ ବଜାରରେ ଉପଲବ୍ଧ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ