Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ସେବକ ମଣ୍ଡଳ ପକ୍ଷରୁ ପ୍ରତିଷ୍ଠାତା ଲାଲା ଲଜପତ ରାୟଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ଲୋକ ସେବକ ମଣ୍ଡଳ, ସମ୍ବଲପୁର ଜୋନ୍ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ମହାନ୍ ଦେଶଭକ୍ତ, ଲୋକ ସେବକ ମଣ୍ଡଳର ପ୍ରାଣ ପ୍ରତିଷ୍ଠାତା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ପଞ୍ଜାବ କେଶରୀ ଲାଲା ଲଜପତ ରାୟ ଙ୍କର ୧୬୧ ତମ ଜନ୍ମ ଜୟନ୍ତୀ ଉତ୍ସବ ଅତ୍ୟନ୍ତ ଭକ୍ତିମୟ ପରିବେଶରେ ପାଳନ କରାଯାଇଅଛି | ଲୋକ ସେବକ ମଣ୍ଡଳ, ସ୍ଥାନୀୟ ପରାମର୍ଶଦାତା କମିଟିର ସମ୍ପାଦକ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଙ୍କର ତତ୍ତ୍ୱାବଧାନରେ ଡାକ୍ତର ରମାବଲ୍ଲଭ ମିଶ୍ର, ‘ସମାଜ’ ସମ୍ବଲପୁର ସଂସ୍କରଣର ପରିଚାଳକ ଶ୍ରୀଯୁକ୍ତ ସଦାଶିବ ମହାପାତ୍ର, ବରିଷ୍ଠ ସମାଜସେବୀ ଓ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ , ଶ୍ରୀଯୁକ୍ତ ବିପିନ ବିହାରୀ ପଣ୍ଡା, କମ୍ୟୁନିଟି ସେଣ୍ଟର୍’ର ପ୍ରବନ୍ଧକ ଶ୍ରୀଯୁକ୍ତ ଲୋକନାଥ ରାଉତ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାରଣା, ଶ୍ରୀମତୀ ମୀରାବାଈ ପାତ୍ର, ଶ୍ରୀଯୁକ୍ତ ଅମରନାଥ ମହାପାତ୍ର, ଶ୍ରୀଯୁକ୍ତ ହରି ଶଙ୍କର ମିଶ୍ର ପ୍ରମୁଖ ବହୁ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ଯୋଗଦାନ କରି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏଠାରେ ଉଲ୍ଲେଖଯୋଗ୍ୟ ଯେ – ତା:୦୯.୧୧.୧୯୨୧ରିଖ ରେ ଲାହୋର ଠାରେ ପୂଜ୍ୟ ଲାଲା ଲଜପତ ରାୟ ‘ଲୋକ ସେବକ ମଣ୍ଡଳ’ Servants of the People Society ର ପ୍ରତିଷ୍ଠା କରିଥିଲେ ଏବଂ ସେହିଦିନ ଠାରୁ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ଲୋକ ସେବକ ମଣ୍ଡଳ ନିରନ୍ତର ଭାବରେ ସେବା କାର୍ଯ୍ୟ କରି ଆସୁଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ