Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲାକୁ ସର୍ବୋତ୍ତମ ସୁରକ୍ଷା ପାଇଁ ପୁରସ୍କାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପୁଲିସକୁ ବିଗତ ସାଧାରଣ ନିର୍ବାଚନ ୨୦୨୪ରେ ଏକକାଳୀନ ସର୍ବୋତ୍ତମ ସୁରକ୍ଷା ପରିଚାଳନା ଓ ନିର୍ବାଚନୀ ଖର୍ଚ୍ଚର କାର୍ଯ୍ୟାନୟନ ପାଇଁ ଓଡ଼ିଶା ନିର୍ବାଚନ ଆୟୋଗ ପକ୍ଷରୁ ପୁରସ୍କୃତ କରାଯାଇଛି। ଗତ ୨୫ ତାରିଖରେ ଭୁବନେଶ୍ଵରଠାରେ ୧୫ତମ ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ଆୟୋଜିତ ସମାରୋହରେ ମୁଖ୍ୟଅତିଥ୍‌ ରୂପେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଓଡ଼ିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଆର. ଏସ. ଗୋପାଲନ ଓ ଅନ୍ୟ ମାନେଅତିଥ୍ ରୂପେ ଯୋଗ ଦେଇଥିଲେ। ଏହି ସମାରୋହରେ ସମ୍ବଲପୁର ଜିଲା ପୁଲିସ ପକ୍ଷରୁ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ପ୍ରମାଣପତ୍ର ଶ୍ରୀ ଆହୁଜାଙ୍କ ଠାରୁ ଗ୍ରହଣ କରିଥିଲେ। ଏହି କୃତିତ୍ବ ପାଇଁ ବିଭିନ୍ନ ମହଲରୁ ସମ୍ବଲପୁର ପୁଲିସକୁ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ