Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବ୍ଲକ୍ ଗ୍ରାଣ୍ଡ୍ କଲେଜ କର୍ମଚାରୀଙ୍କୁ ଆଶ୍ବସ୍ତି:ଚାକିରି ସର୍ଭାବଳୀ ଚିଠି ପ୍ରତ୍ୟାହାର ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ବ୍ଲକ୍ ଗ୍ରାଣ୍ଡ୍ ପାଉଥିବା କର୍ମଚାରୀଙ୍କୁ ମିଳିଛି ଆଶ୍ବସ୍ତି।ଶିକ୍ଷକ ଓ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଓ ଛୁଟି ସମ୍ପର୍କିତ ୨୦୧୧ର ଚିଠି ପ୍ରତ୍ୟାହାର ନେଇ ୨୦୨୫ ଜାନୁଆରି ୭ରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି | ଜାନୁଆରି ୭ର ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଏପରି ଚିଠିକୁ ବିରୋଧ କରି ନିଖିଳ ଓଡିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ଉପସଭାପତି ଡକ୍ଟର ସୁବିଜ୍ଞ ଗଡ଼ତିଆ ଦାୟର କରିଥିବା ମାମଲାର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାର ଓ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ସତ୍ୟପାଠ ଦାଖଲ କରିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ଏଥି ସହିତ ଜାନୁଆରି ୭ର ଚିଠିର କାର୍ଯ୍ୟକାରିତା ଉପରେ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି | ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି | ମାର୍ଚ୍ଚ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପରେ ସମସ୍ତ ବ୍ଲକ୍‌ ଗ୍ରାଣ୍ଡ୍ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ଆଶ୍ଵସ୍ତି ମିଳିଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୧ ନଭେମ୍ବର ୨୩ରେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ମାଧ୍ୟମରେ ବ୍ଲକ ଗ୍ରାଣ୍ଟ ପାଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ଚାକିରି ସର୍ଭାବଳୀ ଓ ଛୁଟି ସମ୍ପର୍କିତ ଏକ ସ୍ପଷ୍ଟୀକରଣ ଜାରି କରାଯାଇଥିଲା। ଏହି ଚିଠିରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ କାର୍ଯ୍ୟରତ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଚାକିରି ସର୍ଭାବଳୀ ଓଡ଼ିଶା ଶିକ୍ଷା ନିୟମ ୧୯୭୪ ଓ ଛୁଟି ୧୯୭୭ ନିୟମ ଅନୁସାରେ କାର୍ଯ୍ୟକାରୀ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା । ଏହି ଚିଠିକୁ ଆଧାର କରି ପ୍ରତ୍ୟେକ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷମାନେ କର୍ମଚାରୀଙ୍କୁ ଛୁଟି ମଞ୍ଜୁର କରି ଆସୁଥିଲେ | ଚାକିରି ସତ୍ତାବଳୀ ସମ୍ପର୍କିତ ଶତାଧିକ ମାମଲା ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରାଧୀନ ରହିଛି | ଏଭଳି ସ୍ଥିତିରେ ୨୦୨୫ ଜାନୁଆରି ୭ରେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୧ ମସିହାର ଚିଠିକୁ ପ୍ରତ୍ୟାହାର ପାଇଁ ନିଷ୍ପତ୍ତ ନିଆଯାଇଥିଲା । ଏ ନେଇ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଜାରି କରାଯାଇଥିଲା| ଏପରି ନିଷ୍ପତ୍ତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା| ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କୁନାଲ କୁମାର ସ୍ବାଇଁ ଓ କୌଶିକ ସ୍ଵାଇଁ ମାମଲା ପରିଚାଳନା କରୁଛନ୍ତି| ସଂଘର ସଭାପତି ମାନସ ପୁରୋହିତ ଏକ ବିବୃତି ମାଧ୍ୟମରେ ଚାକିରି ସର୍ଭାବଳୀ ସମ୍ପର୍କିତ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନ ହେବା ପର୍ଯ୍ୟନ୍ତ ନିୟମିତ ପର୍ଯ୍ୟାୟରେ ଆନ୍ଦୋଳନ ଓ ଅଦାଲତରେ ନ୍ୟାୟିକ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।