Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ କୁନ୍ତରା କ୍ଳଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ କୁସୁମି ଠାରେ କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ୨୦୨୪-୨୫ ଆୟୋଜିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମୁଦାୟ ୭ଟି ପ୍ରାଥମିକ ବିଦ୍ୟାଳୟରୁ ୫୫ଜଣ ଅଭିଭାବକ ୧୨୦ଜଣ ଛାତ୍ରଛାତ୍ରୀ ଏବଂ ୧୦ ମୌଳିକ ସଂଖ୍ୟା ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମର୍ପିତ ଶିକ୍ଷକ ଯୋଗଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସଂକୀର୍ତ୍ତନ କିସାନ, ସମ୍ମାନିତ ଅତିଥି ଭାବେ କୁସୁମି ଗ୍ରାମପଞ୍ଚାୟତର ସମିତି ସଭ୍ୟ ଧୃବ ଚରଣ କିସାନ, ସରକାରୀ ପ୍ରାଥମିକ ବିଦ୍ୟାଳୟର ସଭାପତି ଗୁଲୁବଦନ ମହୋଦୟ କାର୍ଯ୍ୟକ୍ରମରେ ଯୋଗଦେଇ ନିପୁଣ ଓଡ଼ିଶା ମେଳାର ଶୋଭାବର୍ଦ୍ଧନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରକୃତିନୀ ନାଏକ ସଭାପତିତ୍ବ କରିଥିବାବେଳେ ସଭାକାର୍ଯ୍ୟ ପରିଚାଳନା କରିଥିଲେ କ୍ଳଷ୍ଟର ସି.ଆର.ସି.ସି ନରେଶ ବର‌। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯଥା ନିରୁପମା ମାଝୀ, ରିତା ହଂସ, ପ୍ରିୟମ୍ବଦା କାଲୋ, ଉଝାସିନୀ ନାଏକ, ପ୍ରଶାନ୍ତ ମାଝୀ, ରମଣୀ ମାଝୀ, ପ୍ରଶାନ୍ତ, ମନ୍ଦିପ ପଟେଲ, ପ୍ରଶାନ୍ତ ନାଏକ, ସନ୍ତୋଷିନୀ କିସାନ ଓ ପ୍ରଭାସିନୀ ଏକ୍କା ପ୍ରମୁଖ ସହଯୋଗ କରିଥିଲେ। ନିପୁଣ ଓଡ଼ିଶା ମେଳାର ଉଦ୍ଦେଶ୍ୟ ଏବଂ ଲକ୍ଷ ବିଷୟରେ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତାର ବିକାଶ ପାଇଁ ପ୍ରତି ବିଦ୍ୟାଳୟକୁ ଏଫ୍ ଏଲ୍ ଏନ୍ ମୋଡେଲ ବିଦ୍ୟାଳୟରେ ରୂପାନ୍ତରିତ କଲେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷଣ ଦକ୍ଷତାର ବିକାଶ ହେବ ବୋଲି ସିଆରସିସି ନରେଶ ବର‌ ମନ୍ତବ୍ୟ ଦେଇଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରକୃତିନୀ ନାଏକ ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ଅତିଥି ଅଭିଭାବକ ଗାଇଡ ଶିକ୍ଷକ, ସମସ୍ତ ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନର ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ