Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ପ୍ରଥମ ଥର ପାଇଁ ହେବ ମିଷ୍ଟର ଏବଂ ମିସ୍ ଇଣ୍ଡିଆ ପ୍ରତିଯୋଗିତା

ସମ୍ବଲପୁର: ଆସନ୍ତା ଏପ୍ରିଲ ମାସରେ ସମ୍ବଲପୁରଠାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ମିଷ୍ଟର ଇଣ୍ଡିଆ ଏବଂ ମିସ୍ ଇଣ୍ଡିଆ ପ୍ରତିଯୋଗିତା I ରାଜ୍ୟ ର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ତଥା ପୁରୀଠାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେଲାପରେ ସମ୍ବଲପୁର ପି.ଏଚ.ଡି. ପଡିଆ ଠାରେ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ I ସମ୍ବଲପୁର ଠାରେ ହେବାକୁ ଥିବା ଉଭୟ ଜିଲ୍ଲା ଓ ରାଷ୍ଟ୍ରୀୟ ସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ସମ୍ବଲପୁର ଜିଲ୍ଲା ବଡି ବିଲଡର୍ସ ଏଣ୍ଡ୍ ଫିଟନେସ୍ ଏସୋସିଏସନ ଦ୍ଵାରା ଆୟୋଜନ କରାଯିବାକୁ ଥିଲାବେଳେ ପୁରୀଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଶ୍ରୀକ୍ଷେତ୍ର ବଡି ବିଲଡର୍ସ୍ ଏସୋସିଏସନ ଆୟୋଜନ କରିବ I ସମ୍ବଲପୁରଠାରେ ହେବାକୁ ଥିବା ବରିଷ୍ଠ ବର୍ଗ ଉଭୟ ମହିଳା ଓ ପୁରୁଷ ମିଷ୍ଟର ଏବଂ ମିସ୍ ଇଣ୍ଡିଆ ମେଗା ପ୍ରତିଯୋଗିତାରେ ୪୫୦ ଜଣ ଖେଳାଳି ଭାଗନେବେ ଏବଂ ଏଥି ପାଇଁ ୧୫୦ ଜଣ ଅଧିକାରୀଙ୍କ ଆଗମନ ଘଟିବ ବୋଲି ସମ୍ବଲପୁର ଜିଲ୍ଲା ବଡି ବିଲଡର୍ସ ଏସୋସିଏସନ ପକ୍ଷରୁ ବୁଧବାର ଏକ ସାମ୍ବାଦିକ ସଂମ୍ବିଳନୀ ରେ ସୂଚନା ଦିଆଯାଇଛି । ସମ୍ବଲପୁର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ବୁର୍ଲା ଦୁର୍ଗା ମଣ୍ଡପ ନିକଟରେ ଅନୁଷ୍ଠିତ ହେବ I ମିଷ୍ଟର ଇଣ୍ଡିଆ ଓ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ତିନୋଟି ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ଅଗଷ୍ଟ ମାସରେ ହେବାକୁ ଥିବା ମିଷ୍ଟର ୱାର୍ଲଡ ଓ ମିସ୍ ୱାର୍ଲଡ ପ୍ରତିଯୋଗିତାରେ ଭାରତକୁ ପ୍ରତିନିତ୍ବ କରିବେ । ଏହା ପୂର୍ବରୁ ୨୦୨୩ ମସିହାରେ ସମ୍ବଲପୁର ଜିଲ୍ଲା ବଡି ବିଲଡର୍ସ ଏଣ୍ଡ୍ ଫିଟନେସ୍ ଏସୋସିଏସନ ମିଷ୍ଟର ଓଡିଶା ଓ ମିସ୍ ଓଡ଼ିଶାର ସଫଳତାର ସହିତ ଆୟୋଜନ କରିଥିଲା । ଏହି ସାମ୍ବାଦିକ ସମ୍ବିଳନୀ ରେ ଜିଲ୍ଲା ବଡି ବିଲଡର୍ସ ଏସ୍ ଫିଟନେସ୍ ଏସୋସିଏସନ ର ସଭାପତି ସତୀଶ ବିଶି, କାର୍ଯ୍ୟକାରୀ ସଭାପତି ନିଶାନ୍ତ ବହିଦାର, ସାଧାରଣ ସମ୍ପାଦକ ଅମିତାଭ ପରିଡା, ଉପ ସଭାପତି ଜିଜି ଜୋସେଫ, ଭୋଳା ମହତ୍ତମ,ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି, ରାଜ୍ୟ ଉପ ସଭାପତି ମନୋଜ କୁମାର ସ୍ୱାଇଁ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବାଳକୃଷ୍ଣ ବାଗ ପ୍ରମୁଖ ମଂଚାସୀନ ଥିଲେ।