Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜରେ କ୍ରମାଗତ ହାତୀ ମୃତ୍ୟୁ, କାର୍ଯ୍ୟାନୁଷ୍ଠାନ ଶୂନ

ସମ୍ବଲପୁର:ହାତୀ ମୃତ୍ୟୁର ସଂଖ୍ୟା ଦିନକୁ ଦିନ ବଢିବାକୁ ଯାଉଥିବା ବେଳେ ଏହାର ପ୍ରତିକାର ପାଇଁ ନିରୁପାୟ ବନ ବିଭାଗ, ନୀରବଦ୍ରଷ୍ଟା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର।ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଯାଦୁଲୋଇସିଂ ଗ୍ରାମ ନିଟକସ୍ଥ ଜଙ୍ଗଲରୁ ପୁଣି ବୁଧବାର ବନ ବିଭାଗ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରିଛି।ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ବିଦ୍ୟୁତ୍‌ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ହେଲେ ଏହି ବିଦ୍ୟୁତ ଫାସରେ ବନ୍ୟ ଜନ୍ତୁଙ୍କ ବାରମ୍ବାର ମୃତ୍ୟୁ ହେଉଥିଲେବି କାର୍ଯ୍ୟାନୁଷ୍ଠାନ ଶୂନ।
ଘଟଣା ସ୍ଥଳରେ ସମ୍ବଲପୁର ଡିଏଫ୍‌ଓ, ଏସିଏଫ୍‌ ଏବଂ ରେଞ୍ଜର ଉପସ୍ଥିତ ଥିଲେ। କିନ୍ତୁ ହାତୀ ମୃତ୍ୟୁର କାରଣ ଓ ଉଦ୍ଦେଶ୍ୟ ପାଇଁ ଅସଲ ତଦନ୍ତକାରିଙ୍କ ଦେଖା ନଥିଲା।ମୃତ ହାତୀର ବୟସ ପ୍ରାୟ ୨୦ ବର୍ଷ ପାଖାପାଖି ହେବ ବୋଲି ଜଣାପଡିିଛି। ତେବେ ସମ୍ବଲପୁର ଜ଼ିଲ୍ଲା ର ସଦର ରେଞ୍ଜ ରେ କ୍ରମାଗତ ଭାବେ ହାତୀ ମାନଙ୍କ ମୃତ୍ୟୁ ଙ୍କୁ ନେଇ ଚିନ୍ତା ପ୍ରକଟ ହେବା ସହିତ ତଦନ୍ତ କରାଯିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଲେ ମଧ୍ୟ୍ୟ ପଦକ୍ଷେପ ଗ୍ରହଣ କରାନଯିବାର ଅସଲ ଉଦ୍ଦେଶ୍ୟ ରହସ୍ୟ ହୋଇ ଉଭା ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ