Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷାବିତ୍ ସନ୍ତୋଷ କୁମାର ବିଶ୍ୱାଳଙ୍କ ପରଲୋକ

ସମ୍ବଲପୁର:ସମ୍ବଲପୁର ସହରର ବିଶିଷ୍ଠ ଶିକ୍ଷାବିତ୍, ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ବିଶ୍ବାଳଙ୍କ ବୁଧବାର ପ୍ରତ୍ୟୁଷରେ ସମ୍ବଲପୁର ଭୀମଭୋଇ ପାର୍କ ଶାନ୍ତିନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି।ତାଙ୍କୁ ୭୯ ବର୍ଷ ବୟସ ହେଉଥିଲା। ସ୍ବର୍ଗତ ବିଶ୍ବାଳ ଭୁବନେଶ୍ବର ରାଜଧାନୀ ମହାବିଦ୍ୟାଳୟ, ଟ୍ରଷ୍ଟଫଣ୍ଡ କଲେଜ, ପାରଳାଖେମୁଣ୍ଡି ମହାବିଦ୍ୟାଳୟ, ବରଗଡ ପଞ୍ଚାୟତ ମହାବିଦ୍ୟାଳୟ ଓ ଗଙ୍ଗାଧର ମେହେର କଲେଜ ରେ ଅଧ୍ୟାପନା କରିଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ, ଦୁଇ ପୁଅ, ଦୁଇ ଝିଅ, ଦୁଇ ବୋହୁ,ଦୁଇ ଜାମାତା ଓ ନାତି ନାତୁଣୀ ଉପସ୍ଥିତ ଥିଲେ।ସମ୍ବଲପୁର ରାଜଘାଟରେ ତାଙ୍କ ଶେଷକୃତ୍ଯ ସମ୍ପନ୍ନ ହୋଇଛି।ସ୍ବର୍ଗତ ବିଶ୍ଵାଳ ଜଣେ କବି, ସୁବକ୍ତା ଓ ନାଟ୍ୟ ନିର୍ଦ୍ଦେଶକ ଥିଲୋ ପ୍ରଫେସର ବିଶ୍ବାଳଙ୍କ ବିୟୋଗରେ ଏନଏସସିିବି କଲେଜ ଆଲୁମିନି ସଂଘ, ଜିଏମୟୁ ଷ୍ଟାଫ୍ କାଉନସିଲ, ସମ୍ବଲପୁର ଚଷା ସମାଜ,ଭାରତୀୟ ଶିକ୍ଷଣ ମଣ୍ଡଳ,ଆଙ୍ଗୋଟା, ଭାରତୀୟ ବିକାଶ ପରିଷଦ, ମେହେର ଏସୋସିଏସନ ଓ ବୁଢାରଜା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।ସ୍ବର୍ଗତ ବିଶ୍ବାଳଙ୍କ ପୁର୍ବତନ ଛାତ୍ରଛାତ୍ରୀ ସହଯୋଗୀ ବୁଦ୍ଧିଜୀବି ପ୍ରମୁଖ ଶେଷ ଦର୍ଶନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ