ଲକ୍ଷ୍ମୀ ଡୁଙ୍ଗୁରୀରେ ରେ ହେବ ପ୍ରକୃତି ଉଦ୍ୟାନ-ଭାରତୀ ସମାଜ ପକ୍ଷରୁ ଡିଏଫଓଙ୍କ ସହ ଆଲୋଚନା


ସମ୍ବଲପୁର:ଲକ୍ଷ୍ମୀ ଡୁଙ୍ଗୁରୀରେ ପ୍ରକୃତି ଉଦ୍ୟାନ ନିର୍ମାଣ କରିବା ଦାବି ନେଇ ଗୁରୁବାର ସାମାଜିକ ସାଂସ୍କୃତିକ ସଂଗଠନ ଭାରତୀ ସମାଜର ରାଜ୍ୟ ସଂଯୋଜକ ଡ଼ ସ୍ଵୟଂ ପ୍ରକାଶ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସମ୍ବଲପୁର ଡିଏପଓ ଗୋରେଖ ସ୍ୱାମୋନ କାଲୁଙ୍ଗ‌ଙ୍କୁ ସାକ୍ଷାତ କରିଥିଲା । ୨୦୧୪ ମସିହାରୁ ଭାରତୀ ସମାଜ ଲକ୍ଷ୍ମୀ ଡୁଙ୍ଗୁରୀରେ ପ୍ରକୃତି ଉଦ୍ୟାନ ନି ର୍ମାଣ କରିବା ପାଇଁ ଦାବି କରିଆସୁଥିବା ସମ୍ପର୍କରେ ତାଙ୍କ ସହ ଆଲୋଚନା କରାଯାଇଥିଲା । ଏହି ଲକ୍ଷ୍ମୀ ଡୁଙ୍ଗୁରୀ ବୌଦ୍ଧ ଧର୍ମରେ ସହଜଯାନ ବା ତନ୍ତ୍ରଯାନର ପ୍ରବରିକା ଲକ୍ଷ୍ମୀକରାଙ୍କ ସାଧନା କ୍ଷେତ୍ର ଭାବେ ରହିଥିବା ଖ୍ୟାତି ବିଷୟରେ ଭାରତୀ ସମାଜ ର ସଞ୍ଚାଳକ ଭବାନୀଶ ଭୋଇ ଡିଏଫଓ ଙ୍କୁ ଅବଗତ କରାଇଥିଲେ । ଏହାସହ ହୀରାକୁଦ ବନ୍ଧ ନିମାଣ ସମୟର ଅନେକ ସ୍ମୃତି ଚିହ୍ନ ରହିଥ‌ିବା ବେଳେ ଏଠାକାର ପରିବେଶ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାକୁ ଉତ୍କୃଷ୍ଟ ସ୍ଥାନ ବୋଲି ଭାରତୀ ସମାଜ ପକ୍ଷରୁ ଡିଏଫଓଙ୍କୁ ଅବଗତ କରାଯାଇଥିଲା । ଡିଏଫଓଙ୍କୁ ଲକ୍ଷ୍ମୀ ଡୁଙ୍ଗୁରୀ ପାଦ ଦେଶରେ ସମ୍ବଲପୁର ଇତିହାସ ସହିତ ଜଡିତ ବ୍ୟକ୍ତି ବିଶେଷଙ୍କ ନାମରେ ପ୍ରାକୃତିକ କେନ୍ଦ୍ର ବିକାଶ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଡି ଡିଏଫଓ ଆଳୋଚନା ସମୟରେ ଖୁବ ଶିଘ୍ର ଲକ୍ଷ୍ମୀ ଡୁଙ୍ଗୁରୀ ପରିଦର୍ଶନ କରି ସ୍ଥିତି ଅନୁ ଅନୁ ଧ୍ୟାନ ନେଇ ପ୍ର ପ୍ରତିଶ୍ରୁତି ଦେଇଥିଲେ । ସମ୍ବଲପୁରରେ ପ୍ରାକୃତିକ ପରିବେଶର ବିକାଶ ନେଇ ପଦକ୍ଷେପ ନିଆଯାଉଥିବା ବେଳେ ଲକ୍ଷ୍ମୀଡୁଙ୍ଗୁରୀ ସମ୍ବଳପୁର ମଧ୍ୟ ସ୍ଥଳରେ ରହିଥ‌ିବାରୁ ଏହାର ମଧ୍ୟ ବିକାଶ ନେଇ ପଦକ୍ଷେପ ନିଆଯିବ ବୋଲି ଡିଏଫଓ ଫଓ ସୂଚନା ଦେଇଛନ୍ତି । ଡିଏସଫଙ୍କ ସହ ସାକ୍ଷାତ ସମୟରେ ମାନସ ରଞ୍ଜନ ବଢ଼ୀ, କିଶୋର ଧରେଇ, ଭାରତୀ ସମାଜ ର ମହ ମହାସଚିବ ଦେବୀ ପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।