Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉଲ୍ଲାସ ଅନୁଷ୍ଠିତ

ସମ୍ବଲପୁର:ସମ୍ବଲପୁର ସହରର ପ୍ରତିଷ୍ଠିତ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଉଲ୍ଲାସ’ ମହାହର୍ଷ ଓ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ସୁମିତା ପତ୍ରୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଧନକଉଡା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ,ସମ୍ବଲପୁର ଜିଲ୍ଲା ଭୂତଳ ଜଳ ସମ୍ପଦ ବିଭାଗୀୟ ଯନ୍ତ୍ରୀ ବିଶିଷ୍ଟ ଭୂତତ୍ବବୀତ୍ ନୀହାର ରଞ୍ଜନ ମହାନ୍ତ, ଜି.ଅଟୋନେସନର ଜେନେରାଲ ମ୍ୟାନେଜର ଦୀପକ କୁମାର ବାରିକ,ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଲସିତେନ୍ଦୁ ନନ୍ଦ, ପୁରାତନ ଛାତ୍ର ସଂସଦର ସଭାପତି ସୁଶାନ୍ତ କୁମାର ଦାଶ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାଁ ସମଲେଶ୍ବରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ତଥା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ ହୋଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ସୁମିତା ପତ୍ରୀ ବାର୍ଷିକ ବୀବରଣୀ ପାଠ କଲାପରେ ମୁଖ୍ଯଅତିଥି ଶ୍ରୀଯୁକ୍ତ ଭୋଇ ନିଜର ବକ୍ତବ୍ୟରେ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ଐତିହ୍ୟ ଉଚ୍ଚକୋଟୀର ଏବଂ ସମ୍ବଲପୁର ସହରର ଏହି ଅଞ୍ଚଳର ଶିକ୍ଷା ତଥା ସଂସ୍କୃତିର ଉନ୍ନତି ଦିଗରେ ପ୍ରମୁଖ ବିଦ୍ୟାଳୟର ପ୍ରମୁଖ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଏହି ବିଦ୍ୟାଳୟ ସହିତ ଆଜି ନୁହେଁ ଦୀର୍ଘ କୋଡ଼ିଏ ବର୍ଷର ସମ୍ପର୍କ ଥିବା କଥା ସେ ଉପସ୍ଥାପନ କରିଥିଲେ।ଅନ୍ୟତମ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ବିଦ୍ୟାଳୟର ଗୌରବମୟ ପରମ୍ପରା ସଂପର୍କରେ ମତବ୍ୟକ୍ତ କରିଥିଲେ। କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ଅନ୍ୟ ଯେକୋୖଣସି ଦିଗରେ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଆମର ଉଦ୍ୟମ ରହିବା ଆବଶ୍ୟକ।ଯାହା ଏହି ଉଚ୍ଚ ବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ୟର ଅନୁଭବ କରାଯାଉଛି।ଏହାପରେ ବର୍ଷସାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ତଥା ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀଙ୍କୁ ପୁରସ୍କାରମାନ ବିତରଣ ହୋଇଥିଲା।ପ୍ରତିବର୍ଷ ବାର୍ଷିକ ଉତ୍ସବ ଅବସରରେ ସମ୍ବଲପୁର ସହରର କିଛି ବଦାନ୍ୟ ବ୍ୟକ୍ତିଙ୍କ ଦ୍ବାରା ପ୍ରଦତ୍ତ ଏବଂ ସେହି ସ୍ଥାୟୀ ଜମାରାଶିର ସୁଧରୁ ନଗଦ ଆକାରରେ କିଛି ପୁରସ୍କାର ଓ ଟ୍ରଫିମାନ ପ୍ରଦାନ କରାଯାଇଥାଏ।ବରିଷ୍ଠ ନାଗରିକ ଅଜୟ କୁମାର ପାଢୀଙ୍କ ଦ୍ବାରା ପ୍ରଦତ୍ତ ଏକ ଲକ୍ଷ ଟଙ୍କାର ସ୍ଥାୟୀ ଜମାରୁ ବିଦ୍ୟାଳୟର ମେଟ୍ରିକ୍ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଚାରିହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯାଇଥିଲା। ସେହିପରି ସମାଜସେବୀ ସ୍ବର୍ଗତ ଜୟ ଶଙ୍କର ପଟ୍ଟନାୟକ,ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ବିଜୟ ଚନ୍ଦ୍ର ତ୍ରିପାଠୀ,ଶ୍ରୀ ଈଶ୍ୱର ପ୍ରସାଦ ନନ୍ଦ, ଅଧ୍ୟାପିକା ଶ୍ରୀମତୀ ଲିଲି ସାହୁ, ପୂର୍ବତନ ପ୍ରଧାନଶିକ୍ଷକ ନବୀନ କୁମାର ମିଶ୍ର,ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ବେହେରା,ପୂର୍ବତନ ଶିକ୍ଷୟିତ୍ରୀ ମୀନାକ୍ଷୀ ପୂଜାରୀ, ସ୍ବର୍ଗତ ବିପିନ ବିହାରୀ ପଣ୍ଡା, ପୂର୍ବତନ ଶିକ୍ଷୟିତ୍ରୀ ପଦ୍ମିନୀ ବଡ଼ପଣ୍ଡା ଅମିତ୍ ଭଟ୍ଟାଚାର୍ଯ୍ୟ ଆଦିଙ୍କ ଦ୍ବାରା ପ୍ରଦତ୍ତ ସ୍ଥାୟୀ ଜମାରାଶିର ସୁଧରୁ ପୁରସ୍କାର ପ୍ରଦାନ କରାଯିବା ସହ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ପ୍ରଜ୍ଞା ପରିମିତା ପାଣିଗ୍ରାହୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପିତାଙ୍କ ଦ୍ବାରା ପ୍ରଦତ୍ତ ସ୍ମୃତି ପୁରସ୍କାରଗୁଡ଼ିକ ପ୍ରଦାନ କରାଯିବା ସହ ବର୍ଷଯାକ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ପାଇଁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଶିଷ୍ଟ ନୃତ୍ୟଗୁରୁ ଅସୀମ ପ୍ରଧାନଙ୍କ ନିର୍ଦ୍ଦେଶନା ଓ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ତାଙ୍କ ସହିତ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ଦୀପ୍ତି ରାଣୀ ପଣ୍ଡା, ଅପର୍ଣ୍ଣା ପଣ୍ଡା ଓ ସନୀତି ଧର।ସଭାକାର୍ଯ୍ୟ ପରିଚାଳନା କରିଥିଲେ ଶିକ୍ଷକ ତନୟ କୁମାର ପ୍ରଧାନ ଓ ଶିକ୍ଷୟିତ୍ରୀ ଗାୟତ୍ରୀ ଭୋଇ। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ଅନୁବିନ୍ଦା ଦାଶ, ଶିକ୍ଷକ ପ୍ରଦୀପ କୁମାର ସାହୁ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ପୂଜାରୀ,ଦେବଶ୍ରୀ ଦେହୁରୀ, ସୁଷମା ଖଡ଼ିଆ, ପ୍ରିନ୍ସ୍ମିତା ବିଶି, ଶିକ୍ଷକ ଜ୍ଞାନେଶ୍ବର କର, ସୁଜିତ ନାରାୟଣ ନାଏକ, ଜିତେନ୍ଦ୍ରିୟ ବେରିହା,ସୁବ୍ରତ କୁମାର ସାହୁ ଭୋଲାନାଥ ବିଷୋୟୀ କର୍ମଚାରୀ ବୁଦ୍ଧି ବାହାଦୁର, ସତ୍ୟ ନାରାୟଣ ବାଗ୍,ଶିବ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories