Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରେ 20 ତମ ପାତାଳୀ ମହୋତ୍ସବ ଉଦଘାଟିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ରେ ୨୦ତମ ପାତାଳୀ ମହୋତ୍ସବ ଗୁରୁବାର ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଅନ୍ୟା ଦାଶ ଯୋଗ ଦେଇ ଉଦଘାଟନ କରିବା ସହ ସାଂସ୍କୃତିକ ବାର୍ତ୍ତା ରଖିଥିଲେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଖୁବଶୀଘ୍ର ଏଠାରେ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ଏହି ଅବସରରେ ପାତାଳୀ ଶ୍ରୀକ୍ଷେତ୍ର ରେ ଅନଲାଇନ ପେମେଣ୍ଟ ସିଷ୍ଟମ ର ଉଦଘାଟନ ମଧ୍ୟ ଜିଲ୍ଲାପାଳ କରିଛନ୍ତି । ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ସମ୍ମାନୀତ ଅତିଥି ଭାବେ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ, ଉଲୁଣ୍ଡା ତହସିଲଦାର ପ୍ରଶାନ୍ତ ମହାରଣା , ଉଲୁଣ୍ଡା ବିଡ଼ିଓ କରିଶ୍ମା ବେଶ୍ରା , ବୀରମହାରାଜପୁର ବିଡ଼ିଓ ରାଜୀବ ହାଁସଦା ଯୋଗ ଦେଇଥିଲେ। ଏଥିରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ମକୁନ୍ଦ ଧରୁଆ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଆଜି ପ୍ରଥମ ଦିନରେ ସ୍ଥାନୀୟ କଳାକାର ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ୫୬ପ୍ରହରୀ ନାମଯଜ୍ଞ , ଘୃତ ଯଜ୍ଞ , ଭାଗବତ ସପ୍ତାହ ପାରାୟଣ , ମହାପ୍ରଭୁ ଙ୍କ ୩୨ବେଶ ପ୍ରଦର୍ଶନ ଆଦି ଆରମ୍ଭ ହୋଇଯାଇଛି । ନୃତ୍ୟ, ଗୀତ, ପାରାୟଣ, ପ୍ରବଚନ, ଯଜ୍ଞ, ନାମ ସଂକୀର୍ତ୍ତନ ର ମହାନ ପାର୍ବଣ ହେଉଛି ପାତାଳୀ ମହୋତ୍ସବ। ଏହି ମହୋତ୍ସବ ଗୁରୁବାର ଆରମ୍ଭ ହୋଇ ୬ ତାରିଖରେ ୮ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ । ପୁରୀ ରାମଜୀ ମଠ ମହନ୍ତ ଶ୍ରୀ ଶ୍ରୀ ବଂଶୀଧର ଦାଶ ମହାରାଜଙ୍କ ନେତୃତ୍ବରେ ୫୬ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଛି । ପ୍ରଥମ ଦିନରେ କୋଟସମଲାଇ (ବାହାରିପଡା)ନାମ ସଂକୀର୍ତ୍ତନ ନେଇଥିଲେ।ଏହି ଅବସରରେ ମହାପ୍ରଭୁଙ୍କ ପ୍ରଭୁକୃପା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ତଥା ଶ୍ରଦ୍ଧାଳୁ ଙ୍କ ଗହଳି ଲାଗିଥିଲା ।