Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁ ହେଵତ ଏମିତି :ବାପା ଛେଉଣ୍ଡ କୁନି ଝିଅକୁ ୩ ଲକ୍ଷ ଟଙ୍କାର ସୁକନ୍ୟା ଯୋଜନା ଦେଲେ ଯୁବ ସମାଜସେବୀ ରାହୁଲ ମୋଦକ

ସମ୍ବଲପୁର:ସାଙ୍ଗର ଗଙ୍ଗା ଭୋଜିରେ ଗାମୁଛା କି କପଡା ନାହିଁ, ବାପା ଛେଉଣ୍ଡ କୁନି ଝିଅ କୁ ୩ ଲକ୍ଷ ଟଙ୍କାର ସୁକନ୍ୟା ଯୋଜନାରେ ସାମିଲ କରି ଯୁବ ସମାଜସେବୀ ରାହୁଲ ମୋଦକ ଦେଖାଇଛନ୍ତି ନିଜର ମହାନତା।
ତପନ କୁମାର ମହାନ୍ତିଙ୍କ ଯାହାର ବୟସ ୨୮ ବର୍ଷ ହଉଥିଲା ତାଙ୍କର ଦୁଇ ଟି ଛୁଆ । ଗୋଟିଏ ପୁଅ ୩ ମାସର ଓ ଅନ୍ୟ ୫ ବର୍ଷର ଝିଅ। ଏହି ଝିଅକୁ ୯୦ ହଜାର ଟଙ୍କା ଜମା ରାଶିର ପ୍ରଧାନ ମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନା । ଯାହା ୧୮ ବର୍ଷ ପାଇଁ ବର୍ଷକୁ ୬୦୦୦ ଟଙ୍କା ରାଶିର ୧୫ ବର୍ଷରେ ୯୦,୦୦୦ ଟଙ୍କା ଭରିବା ପାଇଁ ପଡିଥାଏ ସେ ସବୁତକ ପଇସା ରାହୁଲ ମୋଦକ ନିଜେ ଭରିବେ ବୋଲି ପ୍ରତିଶ୍ରୁତି ଦେଲେ ଓ ପୋଷ୍ଟ ଅଫିସ୍ ରେ ଜମା ମଧ୍ୟ କରିଛନ୍ତି। ତାହା ୧୮ ବର୍ଷ ପରେ ସେ ଝିଅ କୁ ୩ ଲକ୍ଷ ଟଙ୍କା ମିଳିବ ।
ଗତ ୧୯ ତାରିଖରେ ରେମେଡ ଲକ୍ଷ୍ମୀଡୁଙ୍ଗୁରି ବିରଜା ମନ୍ଦିର ପୁଝାରୀ ଘରୋଇ କଳହ କୁ ନେଇ, ଘରେ କେହି ନଥିବା ସମୟରେ ବଡ ଭାଇ ଘରେ ଯାଇ, ବେକରେ ଶାଢ଼ି ଲଗେଇ ଆତ୍ମହତ୍ୟା କରିଥିଲେ । ତାଙ୍କ ସ୍ତ୍ରୀ ଓ ୫ ବର୍ଷର ଝିଅ ଓ ୩ ମାସର ପୁଅଟିଏ ମଧ୍ୟ ଅଛି । ଗତକାଲି ୩୦/୦୧/୨୦୨୫ ଦିନ ତାଙ୍କ ଗଙ୍ଗାଭୋଜିରେ ରାହୁଲ ଉଚିତ୍ ଉପହାରର ଭେଟି ଦେଇଛନ୍ତି। ଏହାକୁ ନେଇ ରାହୁଳଙ୍କ ଏହି ମହାନତା ପାଇଁ ସବୁ ଦିଗରୁ ଶୁଭେଚ୍ଛାର ସୁଅ ଛୁଟୁଛି।
ସ୍ବର୍ଗତ ତପନ ମହାନ୍ତି ରେମେଡ ଲକ୍ଷ୍ମୀଡୁଙ୍ଗୁରିର ଜଣ ଶୁଣା ବିରଜା ମନ୍ଦିରର ପୂଜକ ଥିଲେ।ଏପରିକି ସେହି ପଡ଼ାର ସେ ଥିଲେ ସମସ୍ତଙ୍କ ଦୁଃଖ ସୁଖର ସାଥି। ଅନ୍ୟର ଅସୁବିଧା ସମୟରେ ସହାୟତାର ହାତ ମଧ୍ୟ ବଢ଼ାଉଥିଲେ ।ଦିନ ରାତି ସମାନ କରି ତପନ ଯେଉଁ ସେବାର ତ୍ୟାଗ ଦେଖାଉ ଥିଲେ ତାହାକୁ ଜୀବନ୍ତ କରିବାକୁ ନିଜ ବନ୍ଧୁର ଆବର୍ତ୍ତମାନରେ କୁନି ଝିଅକୁ ସୁକନ୍ୟା ଯୋଜନାରେ ସାମିଲ କରାଇ ରାହୁଲ ଯେ କେବଳ ବନ୍ଧୁ ପ୍ରୀତି ଦେଖାଇ ନାହାଁନ୍ତି, ବରଂ ସମାଜର ଆଖି ଖୋଲି ଦେବାକୁ ଏକ ପ୍ରୟାସ କରିଛନ୍ତି। ସାବାସ ରାହୁଲ, ଜଣେ ଯୁବକ ହେଲେ ମଧ୍ୟ ସାବାସୀ ତୁମର ଉଚ୍ଚମନା ମହାନତାକୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ