Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବା ବିକାଶ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ଗୁରୁତ୍ୱ, ୪ ରୁ ୩ ଦିନିଆଁ ପ୍ରଶିକ୍ଷଣ

ସମ୍ବଲପୁର:ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବା ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ଜିଲ୍ଲାରେ ତାଲିମ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୪ ତାରିଖରୁ ସମ୍ବଲପୁର ଠାରେ ମଧ୍ୟ୍ୟ ୩ ଦିନିଆ ତାଲିମଦାତା ଙ୍କ ପାଇଁ ତାଲିମ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ଆନୁକୁଲ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟ କାର୍ଯାଳୟ ସଭା ଗୃହରେ ଏହା ଅନୁଷ୍ଠିତ ହେବ।
ଜନ ଆରୋଗ୍ୟ ସମିତି ଏବଂ ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ ତ୍ବରାନ୍ବିତ ପାଇଁ ଏହା ଉଦ୍ଦିଷ୍ଟ । ବିଶେଷ କରି ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବାର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ୱାସ୍ଥ୍ୟ ବିକାଶରେ ଗାଁ କଲ୍ୟାଣ ସମିତିର ଭୂମିକା ରହିଛି। ଏଥୁପାଇଁ ସମିତିଗୁଡିକୁ ସରକାରୀ ସ୍ତରରେ ବାର୍ଷିକ ଅନୁଦାନ ଦିଆଯାଉଛି। ତେଣୁ ଗାଁ କଲ୍ୟାଣ ସମିତିକୁ ସୁଦୃଢ଼ କରାଗଲେ ଏହି କାର୍ଯ୍ୟ ତ୍ବରାନ୍ବିତ
ହୋଇପାରିବ ସରକାର ବିଚାର କରୁଛନ୍ତି। ଗ୍ରାମଞ୍ଚଳରେ ସ୍ବାସ୍ଥ୍ୟ ସେବା କିଭଳି ସହଜ ଓ ସରଳରେ ଘରେ ଘରେ ଲୋକମାନଙ୍କ ଠାରେ ପହଞ୍ଚି ପାରିବ ସେନେଇ ସମିତିର ସଦସ୍ୟ ଏବଂ ଜନ ଆରୋଗ୍ୟ ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ନେଇ ତାଲିମରେ ସ୍ଥାନ ଦିଆଯାଇଛି । ଏଥିପାଇଁ ତିନିଦିନିଆ ପ୍ରଶିକ୍ଷଣ ଶିବିର ମଧ୍ୟ୍ୟ ପ୍ରତି ଜିଲ୍ଲାରେ ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ ଥିବା ଆୟୁସ୍ମାନ ଆରୋଗ୍ୟ ମନ୍ଦିର ଗୁଡିକରେ ରୋଗୀମାନଙ୍କ ନିମନ୍ତେ ରୋଗ ପ୍ରତିଷେଧକ, ସହଳରେ ରୋଗ ନିଦାନ ପାଇଁ ପ୍ରୋତ୍ସାହିତ କରିବା, ରୋଗ କବଳରୁ ଆରୋଗ୍ୟ କରିବା, ରୋଗୀକୁ କିଭଳି ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା,
ସୁବିଧାରେ ରୋଗୀଙ୍କ ରୋଗ ଉପସମ କରାଇବା ନିମନ୍ତେ ବ୍ଲକ ସ୍ତରୀୟ ଶିବିରାର୍ଥୀଙ୍କୁ ଜିଲାସ୍ତରୀୟ ପ୍ରଶିକ୍ଷକମାନେ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି। ଆବଶ୍ୟକ ସ୍ଥଳେ ଜିଲ୍ଲା ତାଲିମଦାତାଙ୍କ ମଧ୍ୟ୍ୟରୁ ଦକ୍ଷ ତାଲିମଦାତାଙ୍କୁ ସହରାଞ୍ଚଳ ସହିତ ବିଭିନ୍ନ ବ୍ଲକ ଦାୟିତ୍ୱ ମଧ୍ୟ୍ୟ ଦିଆଯିବ।
ଜନ ଆରୋଗ୍ୟ ସମିତିର ଦାୟିତ୍ଵ, ଭୂମିକା, କାର୍ଯ୍ୟପନ୍ଥା, ଗାଁ କଲ୍ୟାଣ ସମିତିର ପାଣ୍ଠି, ରକ୍ତ ପାଣିର ପରିଚାଳନା, ସ୍ବଚ୍ଛତା ଅଭିଯାନ ଅନ୍ତର୍ଗତ ଜଳ, ପରିମଳ, ପରିଷ୍କାର ଓ ପରିଛନ୍ନତା ନିମନ୍ତେ ଏଗାର ମାସିଆ ଅଭିଯାନ, ଗାଁ କଲ୍ୟାଣ ଓ ଜନ ଆରୋଗ୍ୟ ସମିତି ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ଯୋଜନା ପ୍ରସ୍ତୁତି କରାଯାଇ ପ୍ରତି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ