Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ କୁଷ୍ଠ ନିରାକରଣ ଦିବସ ଓ ସ୍ପର୍ଶ କୁଷ୍ଠ ସଚେତନତା ପକ୍ଷ ଅଭିଯାନ

ସମ୍ବଲପୁର:ଜିଲ୍ଲାସ୍ତରୀୟ କୁଷ୍ଠ ନିରାକରଣ ଦିବସ ଓ ସ୍ପର୍ଶ କୁଷ୍ଠ ସଚେତନତା ପକ୍ଷ ଅଭିଯାନ ,ଲପଙ୍ଗା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛିl ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସିଡ଼ିଏମଓ ଡ. ସୁଜାତାରାଣୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ଡ. ସୁଚିତ୍ରା ସାହୁ ଏଡିପିଏଚଓ, ନୀଳାମ୍ବର ମହାନନ୍ଦ ପ୍ରଶାସନିକ ଅଧିକାରୀ ,ଲଇଡା ଅଧିକ୍ଷକ ଡ. ଆଶିଷ ମାଝୀ, ମନୋରଞ୍ଜନ ବେହେରା ଆଦିତ୍ୟ ବିର୍ଲା ଲପଙ୍ଗା, ଜ୍ଞାନରଞ୍ଜନ ମହାନ୍ତି ଏପିଦଡେମିଓଲୋଜିଷ୍ଟ , ଡ ଯୋଗବାଳା କୁଷ୍ଠ ପରାମର୍ଶଦାତା, ଯଶବନ୍ତ ହୋତା,ସୁବାଷ ଥାଟି, ଡ ସୁବ୍ରତ ନନ୍ଦ , ଶକ୍ତିଦତ୍ତ ସତ୍ୟଜିତ ସିଂହ , ଆଲୋକ ଚନ୍ଦ୍ର ବେହେରା ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ, ପ୍ରମୋଦ କିଶୋର ଦାଶ, ଜୟନ୍ତ କୁମାର ଦାଶ, ସଞ୍ଜୟ ବୁଡା ଲଇଡା, ରାଜାରାମ ବାଗ୍ ତଥା ମନୋଜ କୁମାର ନାଏକ ଅଧକ୍ଷ ଲଫଙ୍ଗା ଏବଂ ସମସ୍ତ ଟିଜିଟି ଓ ପିଏଚଟି ଶିକ୍ଷକ, ଶିକ୍ଷୟିତ୍ରୀ ସଭାରେ ଯୋଗଦାନ କରିଥିଲେ। ତା ସହିତ ସମସ୍ତ ଛାତ୍ରଛାତ୍ରୀ ଏବଂ ମହିଳା ସ୍ଵସ୍ଥ୍ଯକର୍ମୀ, ସିଏଚଓ ଏବଂ ଆଶା ଦିଦି ମାନେ ଅଂଶଗ୍ରହଣ କରିଥିଲେ l ଏଥିରେ କୁଷ୍ଠ ନିରାକରଣ ଉପରେ ସଚେତନତା ବାର୍ତ୍ତା ଦିଆଯାଇଥିଲା। ରଚନା , ବକ୍ତୃତା ଏବଂ କୁଇଜ୍ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ