Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଇଂଜିନିୟରିଙ୍ଗ ସ୍କୁଲ ପଡିଆରେ ଆସନ୍ତାକାଲି ଠାରୁ ବ୍ରହ୍ମପୁର ମହୋତ୍ସବ

ବ୍ରହ୍ମପୁର:ଅଗ୍ରଣୀ ସାଂସ୍କୃତିକ ମହୋତ୍ସଵ ବ୍ରହ୍ମପୁର ମହୋତ୍ସବ 25 ସହ ଚଉଦ ତମ ଜାତୀୟ ଓଡିଶା ସ୍ୱାଭିମାନ ସମ୍ମିଳନୀ ଆସନ୍ତା ଫେବୃଆରୀ 1 ରୁ 6 ପର୍ଯ୍ୟନ୍ତ ସ୍ଥାନୀୟ ଇଞ୍ଜିନିୟେରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ l ଛ ଦିନ ବ୍ୟାପି ମହୋତ୍ସବ ରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କିସମ ର ଷ୍ଟଲ ସହ ସତୁରୁରୀ ରୁ ଅଧିକ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବା ସହ, ପ୍ରତ୍ୟକ ଦିନ ଓଡିଶା ର ପଯ୍ୟଟନ, ସାହିତ୍ୟ, ସଂସ୍କୃତି ଶୀର୍ଷକ ସହ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହେବ l ଏହି ଅବସରରେ ବ୍ରହ୍ମପୁର ଇଞ୍ଜିନିଏରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ଚୂଡାନ୍ତ ପ୍ରସୁତି ଅବସରରେ ସାମ୍ବାଦିକ ସମିଳନୀ ରେ ଆୟୋଜକ ତଥା ମହାନ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ସୂଚନା ଦେଇଛନ୍ତି l ଏହି ଅବସରରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ,ଙ୍କ ସମେତ ସାଧାରଣ ସମ୍ପାଦକ ଶ୍ରୀ ଇ ପ୍ରଶାନ୍ତ କୁମାର ପାତ୍ର, ମହୋତ୍ସବ ସମ୍ପାଦକ ଶ୍ରୀ ଗୋପାଳ ପଟନାୟକ, ପ୍ରକାଶ ଭାଜନୀ, ସଞ୍ଜୟ ମାଝୀ, ରେସମ୍ପାସ ମାର୍କେଟିଙ୍ଗ ଇଭେଣ୍ଟ ଏମ ଡି ଶ୍ରୀ ରବିଶଙ୍କର, ବିଭୀଷଣ ମଲିକ, ତପନ ପଣ୍ଡା, ଶ୍ରୀମତୀ ନିବେଦିତା ପାଢ଼ୀ, ଶ୍ରୀମତୀ ସାଧନା ପାଢ଼ୀ, ରିତାଞ୍ଜଳି ସ୍ୱାଇଁ, ମିନା ଦାଶ,ଅନିଲ ପାତ୍ର, ଅନନ୍ତ ପ୍ରଧାନ, ମନରଞ୍ଜନ ପାଢ଼ୀ, ପଣ୍ଡିତ ଶୁଭମ ପଣ୍ଡା ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ।