Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ଗୁରୁତର, ଅନ୍ୟ ଜଣେ ଆହତ।

କଳାହାଣ୍ଡି:୦୧/୦୨(ସନତ ପ୍ରଧାନୀ)
ଜାତୀୟ ରାଜପଥ ୨୬ କୋକସରା କାଉଡୋଳା ରାସ୍ତା ର ଏକ ବୁଲାଣି ନିକଟରେ ଆଜି ମଧ୍ୟାହ୍ନ ରେ ଦୁଇ ବିପରୀତ ଦିଗ ରୁ ଆସୁଥିବା ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ରେ ଥିବା ଯୁବକ ବରାଡ଼ଙ୍ଗା ପଞ୍ଚାୟତ ତେନ୍ତୁଳିପଡା ଗ୍ରାମ ର ବୈକୁଣ୍ଠ ରାଉତ ୪୬ ଗୁରୁତର ଅବସ୍ଥାରେ ରାସ୍ତା ରେ ପଡି ରହିଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ବିଜେପି କର୍ମି ଗୋପାଳ ଅଗ୍ରୱାଲ, ଗଣେଶ ନନ୍ଦ,ସ୍ଥାନୀୟ ଅଞ୍ଚଳର ଜଣେ ସମାଜସେବୀ ଯୁବକ ପ୍ରଦୀପ ସାହୁ ପହଞ୍ଚି କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଦୁର୍ଘଟଣା ସମ୍ପର୍କରେ ଖବର ଦେବାପରେ କର୍ମଚାରୀ ମାନେ ପହଞ୍ଚି ଗୁରୁତର ଯୁବକ ଙ୍କୁ ଉଦ୍ଧାର କରି ୧୧୨ ଜରୁରୀକାଳୀନ ଆମ୍ବୁଲାନ୍ସ ର କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଚ୍ଚତର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।ଅନ୍ୟପଟେ ସ୍କୁଟି ରେ ଥିବା ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories