ସମ୍ବଲପୁର: ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରେ ମୁଦିପଡା ଜଗନ୍ନାଥ ମହାପ୍ରଭୁଙ୍କ ନୂତନ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହୋଇଛି । ପଣ୍ଡିତ ଅଜିତ ମିଶ୍ର ଓ ମନ୍ଦିର ପୂଜକ ବ୍ୟୋମକେଶ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ରଥଯାତ୍ରା କମିଟିର ସଭାପତି ଅଜିତ କର୍ଣ୍ଣ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ କମିଟିର ସମ୍ପାଦକ ଗତିକୃଷ୍ଣ ଷଡଙ୍ଗୀ, କୋଷାଧ୍ୟକ୍ଷ ଭାଗିରଥି ପ୍ରଧାନ, ସହ ସମ୍ପାଦକ ସୁବ୍ରତ ବହିଦାର, ଗଜପତି ରାଓ, ଚନ୍ଦ୍ର ଶେଖର ପ୍ରଧାନ, ପ୍ରମୋଦ ଦୋରା, ଉମା ହଜାରା, ଆଲୋକ ସାହୁ, ସୁଜିତ କର୍ଣ୍ଣ ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । ଚଳିତବର୍ଷ କମିଟି ପକ୍ଷରୁ ଏକ ନୂତନ ରଥ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ କାଠ ମନ୍ଦିର ପରିସରରେ ଆସି ପହଞ୍ଚିଛି । ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।