Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋଟିଏ ରାତିରେ ୪ ସ୍କୁଲରୁ ଚୋରୀ :ଖୁବ ଶୀଘ୍ର ଚୋର ଧରାପଡ଼ିବେ

ସମ୍ବଲପୁର : ଗୋଟିଏ ରାତିରେ ୪ ସ୍କୁଲରୁ ଚୋରୀ ହୋଇଛି। ଏନେଇ ପୋଲିସରେ ଏତଲା ଦେବାପରେ ଖୁବ ଶୀଘ୍ର ଚୋର ଧରାପଡ଼ିବେ ବୋଲି ପୋଲିସ ସୂଚନା ଦେଇଛି।
ପୁଲିସ୍‌କୁ ଆଉ ଲୁଟେରାଙ୍କ ଭୟ ନାହିଁ। ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଲୁଟ୍ ଡକାୟତ କରୁଛନ୍ତି। ଗୋଟିଏ କି ଦୁଇଟି ନୁହେଁ, ଗୋଟିଏ ରାତିରେ ୪ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟେରା ଚୋରୀ କରିଛନ୍ତି ।
ମିଳିଥିବା ସୂଚନା ମତେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅଞ୍ଚଳରେ ଏଭଳି ଏକା ରାତିକେ ଚୋରୀ ହୋଇଛି । ପାଟ୍ରୋଲିଂ ନ ହେବା ଓ ପୁଲିସ୍ ଲୁଟେରାଙ୍କୁ ଧରି ପାରୁ ନ ଥିବାରୁ ସେମାନଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଥିବା ବାରମ୍ବାର ଅଭିଯୋଗ ହେଉଛି। ଗତକାଲି ବିଳମ୍ବିତ ରାତିରେ ୪ଟି ସ୍କୁଲର ତାଲା ଭାଙ୍ଗି ବିଭିନ୍ନ ଜିନିଷ ପତ୍ର ଚୋରି ହୋଇଥିବା ନେଇ ଗୌଡ଼ପାଲି ଫାଣ୍ଡିରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଓ ପରିଚାଳନା କମିଟି।
ଜମନକିରା ଥାନା କୁଲୁଣ୍ଡି ପଞ୍ଚାୟତର ୩ଟି ଓ ବଡ଼ରମା ପଞ୍ଚାୟତର ଗୋଟିଏ ବିଦ୍ୟାଳୟରେ ଚୋରି ହୋଇଛି। କୁଲୁଣ୍ଡି ପ୍ରାଥମିକ ବିଦ୍ୟାଳୟ, ବଡ଼କୁଣ୍ଢେଇସରା ପ୍ରାଥମିକ ବିଦ୍ୟାଳୟ ଏବଂ କଦଳିପାଳ ପ୍ରାଥମିକ ବିଦ୍ୟାଳୟର ଆଲମାରି ଭାଙ୍ଗି ଟଙ୍କା ଓ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଚୋରୀ ହୋଇଥିବା ଏତଲାରେ ଦର୍ଶାଯାଇଛି।ସେହିଭଳି ବଡ଼ରମା କୁରେଇବାହାଲ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସରସ୍ବତୀ ପୂଜାର ଗୋଟିଏ ଦିନ ପୂର୍ବରୁ ଚୋରି ହୋଇଛି। ଗତ ୨ ଦିନ ତଳେ ଯୁଯୁମୁରା ବ୍ଳକର ବିଭିନ୍ନ ସ୍କୁଲରୁ ମଧ୍ୟ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ତେଣୁ କୌଣସି ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ଗ୍ରାମାଞ୍ଚଳରେ ଥିବା ସ୍କୁଲରେ ପଶି ଏହା କରୁଥିବା ଅନୁମାନ କରାଯାଉଛି।ଗାଁ ମୁଣ୍ଡ ତଥା ନିଛାଟିଆ ସ୍ଥାନରେ ଥିବା ସ୍କୁଲ ଏମାନଙ୍କ ଟାର୍ଗେଟ୍ ରେ ରହୁଛି । ଢିଲା ପୁଲିସ୍ ପାଟ୍ରୋଲିଂ ଯୋଗୁଁ ଏଭଳି ଚୋରୀ ବୃଦ୍ଦି ପାଇବାରେ ଲାଗିଛି।ଏ ନେଇ ଏଏସ୍‌ପି ଅଜୟ ମିଶ୍ର କହିଛନ୍ତି ଯେ,ସମସ୍ତ ଘଟଣାର ତଦନ୍ତ ଚାଲିଛି। ଖୁବଶୀଘ୍ର ଚୋର ଧରାପଡ଼ିବେ।