ତରଭା ପୋଲିସର ସଫଳତା ୩ ଡକାୟତ ଗିରଫ


ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତ ଏବଂ ତରଭା ଥାନା ମେଣ୍ଡା ଆଉଟ ପୋଷ୍ଟ ଅଞ୍ଚଳରେ ଡକାୟତ ମାନଙ୍କର ଉତ୍ପାତ ଓ ଲୁଟ ତରାଜ ନେଇ ଅଞ୍ଚଳ ବାସୀ କିଛିଦିନ ହେଲା ବେଶ ଭୟଭୀତ ଥିଲେ । ଏବେ ମେଣ୍ଡା ପୋଲିସ ଡକାୟତ ଦଳକୁ ଧରିବାରେ ସଫଳ ହେବା ପରେ ଏ ନେଇ ସ୍ଥାନୀୟ ଅଞ୍ଚଳରେ ପୋଲିସର ଦକ୍ଷତା ବୃଦ୍ଧି ପାଇବା ସହ ଜନସାଧାରଣରେ ପୋଲିସ ପ୍ରଶଂସାର ପାତ୍ର ହୋଇଛି। ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ବରଗାଁ ଦେଇ ରାଜପାଲି ଗ୍ରାମର ପୃଥ୍ୱୀରାଜ ସୁନା ପିକଅପରେ ସାମଗ୍ରୀ ନେଇ ଫେରୁଥିବା ବେଳେ ଭୂଜାଲି ଦେଖାଇ ତିନି ଜଣ ଅଜଣା ବ୍ୟକ୍ତି ଲୁଟ କରିଥିଲେ। ଏହି ଡକାୟତି ଅଭିଯୋଗରେ ପୋଲିସ ୩ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଜି ତରଭା ଥାନା ଆଇଆଇସି ଅନିତା କିଡୋ ଏକ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ୩୧ ତାରିଖ ରାତି ପ୍ରାୟ ୮.୩୦ ସମୟରେ କେକଟପାଲି ପ୍ରାଥମିକ ବିଦ୍ୟାଳୟ ପାଖରେ ୩ ଜଣ ଡକାୟତ ଭୁଜାଲି ଦେଖାଇ ହତ୍ୟା ଧକମ ଦେଇ ୨୦ ହଜାର ଟଙ୍କା ଏବଂ ଭିଭୋ-୧୯୨୦ ମୋବାଇଲ ଲୁଟି ନେଇଥିବା ପୃଥ୍ୱୀରାଜ ସୁନା ମେଣ୍ଡା ଆଉଟ ପୋଷ୍ଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ତରଭା ଥାନା ଆଇଆଇସି ଅନିତା କିଡୋଙ୍କ ନିର୍ଦେଶ ମତେ ମେଣ୍ଡା ଆଉଟ ପୋଷ୍ଟର ଏସଆଇ ରବୀନ୍ଦ୍ର ସାହୁ ଓ ତାଙ୍କ ଦଳ ଉକ୍ତ ଅଞ୍ଚଳରେ ଚଢ଼ାଉ ଜାରି ରଖିବା ସହ ଡକାୟତି ଅଭିଯୋଗରେ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପୁଆ ପଞ୍ଚାୟତ ଅନ୍ତର୍ଗତ ଟକର୍ଲା ଗ୍ରାମର ଜିତେନ୍ ବିଶି (୨୧) ନେପାଳ କୁଦେଇ(୩୦) ଏବଂ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଗଣ୍ଡlବାହାଲ ଗ୍ରାମର ବିନୋଦ ମେସୁଆ (୨୯ ) କୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ଠାରୁ ମୋବାଇଲ, ନଗଦ ୬୪୦୦ ଟଙ୍କା, ମଟର ସାଇକେଲ ଓଡି- ୩୧ଇ ୭୭୦୫ ଓ ଗୋଟିଏ ଭୁଜାଲି ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି। ଏ ନେଇ ତରଭା ଥାନା କେଶ ନମ୍ବର 25 /01/02/2025 U/s 309(6)/312 BNS r/w sec 25/27 Arms Act ରେ ଏକ ମାମଲା ରୁଜୁ ହୋଇଥିବାର ସୂଚନା ଦିଆଯାଇଛି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଅନିତା କିଡୋ, ଏସଆଇ ରବୀନ୍ଦ୍ର ସାହୁଙ୍କ ସହ ତରଭା ପୋଲିସର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।