Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାସ୍ତା କାମ ବିଳମ୍ବ ପ୍ରତିବାଦରେ ୮ ଘଣ୍ଟିଆ ବିନିକା ବନ୍ଦ

ସୋନପୁର: ରାସ୍ତା କାମରେ ଅହେତୁକ ବିଳମ୍ବକୁ ନେଇ ତାତିଲେ ଲୋକେ । ବିନିକା ସଚେତନ ନାଗରିକ ମଞ୍ଚ ନେତୃତ୍ବରେ ରାସ୍ତା କାମ ବିଳମ୍ବ ପ୍ରତିବାଦରେ ୮ ଘଣ୍ଟିଆ ବିନିକା ବନ୍ଦ କରାଯାଇଛି । ସକାଳ ୬ଟାରୁ ଏହି ପ୍ରତିବାଦ ଚାଲିଛି । ଆନ୍ଦୋଳଳନକାରୀ ବିନିକା କଲେଜ ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ତେବେ ଆନ୍ଦୋଳନରେ ଜରୁରୀ କାଳୀନ ସେବାଗୁଡ଼ିକୁ ଛାଡ଼ି ଯାନବାହାନ, ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ।

ବର୍ଷବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ପାପକ୍ଷୟ ଛକରୁ ଡଭଲା ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ପାଇଁ ନିତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ସହିତ ଖାଲଢିପ ଓ ଧୂଳିମୟ ରାସ୍ତାରେ ଯାତାୟାତ କରି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।