ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ


ସମ୍ବଲପୁର:ସମ୍ବଲପୁର ରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକ ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦଭୂଷଣ (ଆଇ.ଏ.ଏସ)ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା। “ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା” ଅନ୍ତର୍ଗତ ଏବେ ସମ୍ବଲପୁରରୁ କୋଲକାତା-କାମାଖ୍ୟା ଅଭିମୁଖେ ଫେବ୍ରୁଆରୀ ୭ ତାରିଖ ରୁ ଯାତ୍ରା ଆରମ୍ଭ ହେବ।
ସମ୍ବଲପୁରରୁ ୭୭୫ ଯାତ୍ରୀଙ୍କ ଯାତ୍ରା ପାଇଁ ଆଶ୍ରୟସ୍ଥଳ ର ବ୍ୟବସ୍ଥା କରାଯାଇଛି। ସେଥିରେ ସମ୍ବଲପୁର ଜିଲ୍ଲାରୁ ୮୯ ଯାତ୍ରୀ ଶାମିଲ ଅଟନ୍ତି। ସୂଚନା ଅନୁଯାଇ ସମ୍ବଲପୁର ର ପାନ୍ଥନିବାସ ଠାରେ ସମ୍ବଲପୁର-୮୯, ସୁବର୍ଣ୍ଣପୁର-୫୨, ଦେଓଗଡ଼-୨୭ ଜଣ ଯାତ୍ରୀ ଙ୍କ ପାଇଁ, ସମ୍ବଲପୁର ର ପର୍ଶୁରାମ ଭୱନ ଠାରେ ଅନୁଗୁଳ- ୧୦୯ ଜଣ ଯାତ୍ରୀ ଙ୍କ ପାଇଁ, ସମ୍ବଲପୁର ର ରେଲୱେ କମ୍ୟୁନିଟି ହଲ ଠାରେ ଝାରସୁଗୁଡ଼ା-୫୦, ସୁନ୍ଦରଗଡ଼-୧୮୦, ବଲାଙ୍ଗୀର-୧୪୧ ଜଣ ଯାତ୍ରୀ ଙ୍କ ପାଇଁ, ସମ୍ବଲପୁର ର କ୍ଷେତ୍ରରାଜ ପୁର ରେ ସ୍ଥିତ ମାର୍ୱ୍ବାଡି ପଞ୍ଚାୟତି ଧର୍ମଶାଳା ଠାରେ ବରଗଡ-୧୨୭ ଜଣ ଯାତ୍ରୀ ଙ୍କ ପାଇଁ ଆଶ୍ରୟସ୍ଥଳୀ ର ବ୍ୟବସ୍ଥା କରାଯାଇଛି।