ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ର ଘୋଷଣା ହେବାର ୧୨ବର୍ଷ ବିତିଗଲାଣି ହେଲେ ଆଜି ଯାଏ ନିର୍ବାଚନ ନାହିଁ କି ନିର୍ବାଚିତ ପ୍ରତିନିଧି ବି ନାହିଁ l ମହାନଗର ନିଗମ ରେ ସ୍ୱଚ୍ଛନ୍ଦ ରେ ଚାଲିଛି ବାବୁ ରାଜ l ସରକାର ବଦଳି ଯାଇଛି ସତ,ହେଲେ ସେମାନଙ୍କର ଦୌରାତ୍ମ୍ୟ ଯେମିତି କୁ ସେମିତି ଥିଲା ଭଳିଆ ଅନୁଭବ ହେଉଛି ବୋଲି “ସାଧନା” ର ସଭାପତି ସୂର୍ଯ୍ୟ ପାଣିଗ୍ରାହି ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l
ଗୋବିନ୍ଦତୋଳା ହରଡ଼ ଜୋର ଉପରେ ଦ୍ଵିତୀୟ ବ୍ରିଜ ନିର୍ମାଣ ହେବାର ୫ବର୍ଷ ରୁ ଉର୍ଦ୍ଧ ବିତିଗଲାଣି ହେଲେ ଆଜିଯାଏ କାର୍ଯ୍ୟକ୍ଷମ ହୋଇପାରିନାହିଁ l କେବଳ ସେତିକି ନୁହେଁ ନିର୍ମିତ ବ୍ରିଜ / ପୋଲ ର ଉଭୟ ପାର୍ଶ୍ଵ ର କୋଠା ଘର ଉପରେ ବାରମ୍ବାର ସମ୍ବଲପୁର ମହାନଗର ନିଗମ ର ଏନ୍ଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚି଼ହ୍ନଟ କରାଯାଉଛି ସତ ହେଲେ ଆଜିଯାଏ ଠୋସ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିନାହିଁ l ଏମିତି ଲାଗୁଛି ବିଭାଗୀୟ ଅଧିକାରୀ ଙ୍କର ବାହାରେ ଦିଶୁଛି କିଛି ଓ ଆଉ ଭିତରେ ଚିଲିଛି କିଛି , ତା ହୋଇନଥିଲେ ଏତେ ବର୍ଷ ହେଲା ଜେଲ ଛକ ରୁ ଗୋବିନ୍ଦତୋଳା ଛକ ଯାଏ ବାରମ୍ବାର କୋଠା ଗୁଡିକରେ ଭିନ୍ନ ଭିନ୍ନ ସ୍ଥାନରେ ଚି଼ହ୍ନଟ କରିବାର ମାନେ କଣ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି l ଏହି ଦ୍ଵିତୀୟ ବ୍ରିଜ/ ପୋଲ ର ଉଭୟ ପାର୍ଶ୍ଵ ର ରାସ୍ତା କୁ ସଳଖ ନକଲେ ସାଙ୍ଘାତିକ ମୋଟର ଦୁର୍ଘଟଣା ଘଟିବା ସୁନିଶ୍ଚିତ l ତଥାପି ଆଜିଯାଏ ମହାନଗର ନିଗମ ର ଏନ୍ଫୋର୍ସମେଣ୍ଟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ବାରମ୍ବାର ୪/୫ଥର ହେଲା କେବଳ ଚି଼ହ୍ନଟ କରିଥିବା ଦୁର୍ଭାଗ୍ୟଜନକ ବିଷୟ ବୋଲି ସାଧନା ର ସଭାପତି ଶ୍ରୀ ପାଣିଗ୍ରାହୀ ଉଦବେଗ ପ୍ରକାଶ କରିଛନ୍ତି l ଶ୍ରୀ ପାଣିଗ୍ରାହୀ ଏହା ମଧ୍ୟ୍ୟ କହିଛନ୍ତି ଯେ, କେବଳ ଦ୍ଵିତୀୟ ବ୍ରିଜ ର ଉଭୟ ପାର୍ଶ୍ଵ ନୁହେଁ ଦ୍ୱାରି ପେଟ୍ରୋଲ ପମ୍ପ ସାମ୍ନା ର ଜମି ରେ ଥିବା ସମସ୍ୟା ର ସମାଧାନ କରିବାରେ ବିଫଳ ହୋଇଛି ପ୍ରଶାସନ, ଯଦ୍ୱାରା ଡ୍ରେନ ଓ ରାସ୍ତା କାର୍ଯ୍ୟ ଅଟକି ରହିଛି l ତେଣୁ ସାମଗ୍ରିକ ଭାବରେ ଜନସାଧାରଣ ଙ୍କର ହିତ ଦୃଷ୍ଟି ରୁ ନିଷ୍ପତ୍ତି ନେବାରେ ବିଳମ୍ବ ନକରି ଏକ ସକାରାତ୍ମକ କାର୍ଯ୍ୟ ସମ୍ପାଦନା କରନ୍ତୁ ବୋଲି ପ୍ରଶାସନ ପାଖରେ ଶ୍ରୀ ପାଣିଗ୍ରାହୀ ଦାବୀ ଜଣାଇଛନ୍ତି।