ଅମର ପାଲି ହାଇସ୍କୁଲ ରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ସଚେତନତା କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲ ରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ଏକ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏନେଇ ସ୍କୁଲରେ ଶିକ୍ଷକ ସମ୍ବିତ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ସ୍ୱର୍ଣ୍ଣପ୍ରଭା ଜୁଏଡ ଓ ସ୍ବାସ୍ଥ୍ୟକର୍ମୀ ଗିରିଧାରୀ ସାହୁ ଓ ଶିକ୍ଷକ କହ୍ନେଇ ଚରଣ ପ୍ରଧାନ ଯୋଗଦେଇ ତମାଖୁ ଦ୍ଵାରା ହେଉଥିବା ରୋଗ ଓ ଏହାର କୁପ୍ରଭାବ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ତମାଖୁ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ନେଇ ତମାଖୁ ବ୍ୟବହାର ନ କରିବା ପାଇଁ ଏକ ଶପଥ ପାଠ କରାଯାଇଥିଲା । ସଭା ପରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଛାତ୍ର ଛାତ୍ରୀ ବ୍ୟାନର ଓ ପ୍ଲାକାର୍ଡ ଧରୀ ଶିକ୍ଷକମାନଙ୍କ ସହିତ ଗ୍ରାମ୍ୟ ପରିକ୍ରମା କରି ଲୋକଙ୍କୁ ତମାଖୁ ବ୍ୟବହାର ନ କରିବା ପାଇଁ ସଚେତନ କରିଥିଲେ।