Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କବି ସତ୍ୟନାରାୟଣ ବହିଦାର ଉଦ୍ୟାନ: ପ୍ରସ୍ତାବିତ ମଞ୍ଚ ନିର୍ମାଣ କେବେ!

ସମ୍ବଲପୁର:କେବଳ ପଶ୍ଚିମ ଓଡିଶା ନୁହେଁ ଓଡିଶା ପ୍ରଦେଶରେ ସମ୍ବଲପୁର ସହରର କଳାକାର ପ୍ରତିଭାଙ୍କ ଭିନ୍ନ ଏକ ପରିଚୟ ରହିଛି l ନାଟକ କ୍ଷେତ୍ରରେ ସାରା ଭାରତ ବର୍ଷ ରେ ବିଭିନ୍ନ ସ୍ଥାନରେ ନାଟକ ମଞ୍ଚନ କରି ସମ୍ବଲପୁର ର ନାଟ୍ୟ ଅନୁଷ୍ଠାନ ମାନେ ପୁରସ୍କାର ଓ ସମ୍ମାନ ପାଇ ଆସିଥିବା ବେଳେ, ଲୋକ ନୃତ୍ୟ ଓ ଲୋକ ସଂଗୀତ କ୍ଷେତ୍ରରେ ମଧ୍ୟ ଏହି ଅଂଚଳ ପାଇଁ ଅନେକ ସମ୍ମାନ ଆଣିପାରିଛନ୍ତି l କେବଳ ସେତିକି ନୁହେଁ ବିଦେଶ ମାଟିରେ ମଧ୍ୟ ମଞ୍ଚକଳା ପ୍ରଦର୍ଶନ କରି ଅଂଚଳ ପାଇଁ ଗୌରବ ଆଣିଛନ୍ତି l ହେଲେ ଦୁର୍ଭାଗ୍ୟ ର ବିଷୟ ଏହି ଯେ, ଆଜିଯାଏ ଦୀର୍ଘ ୪୦ ବର୍ଷ ହେଲା ନାଟ୍ୟକର୍ମୀ ତଥା କଳାକାର ମାନେ ଏକ ମଞ୍ଚପଯୋଗୀ ପ୍ରେକ୍ଷାଳୟ ଟିଏ ପାଇଁ ସରକାର ତଥା ପ୍ରଶାସନ ପାଖରେ ଦାବି ଜଣାଇ ଆସୁଥିଲେ ମଧ୍ୟ ଆଜିଯାଏ ସମ୍ଭବ ହୋଇପାରିନାହିଁ l
ଅନ୍ୟ ରାଜ୍ୟ ମାନଙ୍କରେ ଛୋଟ ଛୋଟ ସହର ମାନଙ୍କରେ କଳାକାର ଙ୍କର କଳା ପ୍ରଦର୍ଶନ ପାଇଁ ପ୍ରେକ୍ଷା ଳୟ ଗୁଡିକ ପ୍ରତିଷ୍ଠା ହୋଇଥିବା ବେଳେ ପଶ୍ଚିମ ଓଡିଶା ର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ସମ୍ବଲପୁର ମହାନଗର ରେ ଏହି ପ୍ରେକ୍ଷାଳୟ ପ୍ରତିଷ୍ଠା କାହିଁକି ନୁହେଁ ବୋଲି ନାଟନାଟୁଆ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଓ ଯୁଗ୍ମ ସଂଯୋଜକ ବିରୁପାକ୍ଷ ପ୍ରଧାନ, ଅତିଶ ଶତପଥି ପ୍ରଶ୍ନ କରିଛନ୍ତି l
ନାଟନାଟୁଆ ପକ୍ଷରୁ ଏକ ପ୍ରେସ ବିବୃତି ରେ କୁହାଯାଇଛି ଯେ, ଜେଲ ଛକ ପାଖରେ କମିଶନର କଲୋନୀ କଡରେ ତଥା କବି ସତ୍ୟନାରାୟଣ ବହିଦାର ଉଦ୍ୟାନ ପାଖରେ ଜମି ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ, ଦୀର୍ଘ ଦିନ ହେଲା ସେହି ତିନି ଏକର ପରିମିତ ଜମିରେ ଏକ ମଞ୍ଚପଯୋଗୀ ପ୍ରେକ୍ଷାଳୟ ନିର୍ମାଣ ସାଥିରେ ଏକ ମୁକ୍ତ ମଞ୍ଚ ନିର୍ମାଣ ପାଇଁ ପ୍ରସ୍ତାବିତ ଫଳକ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାଯାଇଥିବା ବେଳେ ଆଜିଯାଏ କିଛି ହୋଇପାରୁନାହିଁ l ତେଣୁ ନାଟନାଟୁଆ ପକ୍ଷରୁ ଜିଲ୍ଲା ପ୍ରଶାସନ ତଥା ସରକାର ଙ୍କ ପାଖରେ ଦାବି ଜଣାଇଛନ୍ତି ଯେ, ଏହି ପ୍ରସ୍ତାବିତ ଜମି ରେ ପ୍ରକଳ୍ପ ଟି କାର୍ଯ୍ୟକ୍ଷମ ହେଉ ଯଦ୍ୱାରା ନାଟ୍ୟକର୍ମୀ ତଥା କଳାକାର ମାନେ ନିୟମିତ ଭାବରେ ଅନାୟାସ ରେ ସମ୍ବଲପୁର ସହରରେ କଳା ପ୍ରଦର୍ଶନ କରିପାରିବେ l ଯଦ୍ୱାରା କଳାକାର ମାନେ ନାଟକ ଓ ନୃତ୍ୟ ସଂଗୀତ ପ୍ରଦର୍ଶନ ପାଇଁ ଏଣେତେଣେ ଯିବାକୁ ପଡିବ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ