Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଆପାତ କାଳୀନ ବୈଠକ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ଆପାତ କାଳୀନ ବୈଠକ ଜିଲ୍ଲାପାଳ, ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର,ଆଇ.ଏ.ଏସ. ଙ୍କ ଅଧକ୍ଷତା ରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଫ୍ୟାକ୍ଟରୀ ଏବଂ ବଏଲର ଆସିଷ୍ଟାଣ୍ଟ ଡିରେକ୍ଟର୍‍(ସହକାରୀ ନିର୍ଦ୍ଦେଶକ) ଶ୍ରୀ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସ୍ଵାଗତ କରି, ଡିସିଜି ର ଉଦ୍ଦେଶ୍ୟ ବ୍ୟାଖ୍ୟା କଲେ। ଏହା ପରେ ସେ ଅନ୍ୟାନ୍ୟ ଶିଳ୍ପକ୍ଷେତ୍ରର ଅନ୍ତର୍ଗତ Onsite ଏବଂ ଅଫ୍ସାଇଟ ଏମର୍ଜେନ୍ସି ପ୍ଲାନ ର ଗୁରୁତ୍ୱ, ମକ ଡ୍ରିଲ୍ ସମ୍ପର୍କରେ ବର୍ତ୍ତମାନ ଅବସ୍ଥା, ଜିଲ୍ଲାର ମେଜର ଆସିଡେଣ୍ଟ ହାଃଜ଼ାର୍ଡ (ଏମଏଏଚ) ଉଦ୍ୟୋଗଗୁଡ଼ିକର ଚିହ୍ନଟ ଏବଂ ତାର ସୁରକ୍ଷା ବ୍ୟବସ୍ଥା ର ପରିଚାଳନା ଆଦି ବିଷୟ ଉପରେ ପ୍ରକାଶ କରିଥିଲେ।ଏହା ପରେ ଉପନିର୍ଦ୍ଦେଶକ ଫ୍ୟାକ୍ଟରୀ ଏବଂ ବଏଲର ଶ୍ରୀ ସୌରଭ ଜେନା ଉଦ୍ୟୋଗଗୁଡ଼ିକରେ ବ୍ୟବହୃତ ଜଟିଳ ଏବଂ ବିପଜ୍ଜନକ ରାସାୟନିକ ପଦାର୍ଥଗୁଡ଼ିକ ବିଷୟରେ ଅଲୋଚନା କଲେ। ସେ ଏହି ରାସାୟନିକଗୁଡ଼ିକ ସଢ଼କ ମାର୍ଗରେ ଟ୍ୟାଙ୍କର୍ ଏବଂ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଦ୍ୱାରା ପରିବହନ ସମୟରେ କିପରି ଉପଜୁକ୍ତ ସୁରକ୍ଷା ବ୍ୟବସ୍ଥା ରଖିବା ଉଚିତ, ସେଥିରେ ଆଲୋକ ଫେଲିଲେ। ସେ ଅନସାଇଟ ଏବଂ ଅଫସାଇଟ ପ୍ରୟୋଜନୀୟ ପ୍ରକଳ୍ପଗୁଡ଼ିକୁ ଜିଲ୍ଲା ପ୍ରଶାସନ ସହଯୋଗରେ କରିବାର ଆବଶ୍ୟକତା, ଜରୁରୀକାଳିନ ସମୟରେ ଦ୍ରୁତ ପ୍ରତିକ୍ରିୟା ଏବଂ ଅନ୍ୟ ଉଦ୍ୟୋଗରୁ ସାଧନ ସଂଗ୍ରହ କରିବାରେ ସହାୟକ ହେବ ଉଲ୍ଲେଖ କଲେ। ।ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, (ଆଇ.ଏ.ଏସ) ତାଙ୍କ ଉଦବୋଧନ ରେ ଭୋପାଳ ଗ୍ୟାସ ଦୁର୍ଘଟଣା ର ଉଦାହରଣ ଦେଇ, ଏହି ପ୍ରକାର ଦୁର୍ଘଟଣା ଯେମିତି ପୁନରାବୃତ୍ତି ନହୁଏ ସେ ବିଷୟରେ ଧ୍ୟାନ ଦବାକୁ କହିଥିଲେ। ସେ ଅନ୍ୟାନ୍ୟ ମୁଖ୍ୟ ବିଷୟଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ଵ ଦେବାକୁ କହିଥିଲେ ଯଥା- ଛୋଟ ଛୋଟ ଗ୍ୟାସ ଲିକ୍ ଉପରେ ଗୁରୁତ୍ୱ ଦବା, ନିୟମିତ ମକ ଡ୍ରିଲ୍ କରିବା, ବ୍ୟବହୃତ ଉପକରଣଗୁଡ଼ିକର ଉନ୍ନତିକରଣ ଏବଂ ଏହାର ଅବସ୍ଥା ଅପଡେଟ୍ ରଖିବା, ଶିଳ୍ପଗୁଡ଼ିକର ମଧ୍ୟରେ ସମନ୍ୱୟ ଏବଂ ସହଯୋଗ ବୃଦ୍ଧି କରିବା, ବିପଦଜନକ ରାସାୟନିକ ପଦାର୍ଥଗୁଡ଼ିକର ପରିବହନ ସମୟରେ ସୁରକ୍ଷା ନିଶ୍ଚିତ କରିବା, ଡିସିଜି ର ଗୁରୁତ୍ୱ ଏବଂ ଦାୟିତ୍ୱର ସମ୍ପୂର୍ଣ୍ଣ ନିଷ୍ଠା ସହିତ ପାଳନ କରିବା।
ଉକ୍ତ ବୈଠକ ରେ ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ସମ୍ବଲପୁର ଡିଭିଜନର କାରଖାନା ଓ ବଏଲର ଉପନିର୍ଦ୍ଦେଶକ ଶ୍ରୀ ସୌରଭ ଜେନା,ସମ୍ବଲପୁର ଜୋନ୍ -୧ ର କାରଖାନା ଓ ବଏଲରର ସହକାରୀ ନିର୍ଦ୍ଦେଶକ,ଜିଲ୍ଲା କ୍ରାଇସିସ୍ ଗ୍ରୁପ୍ (ଡିସିଜି)ର ବରିଷ୍ଠ ଅଧିକାରୀ, ସମ୍ବଲପୁର ଜିଲ୍ଲାର ସମସ୍ତ ଶିଳ୍ପର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।