ଶିକ୍ଷକ ଗଗନ ବିହାରୀ ଗଡନାୟକ ବିୟୋଗରେ ତ୍ୟାଗ ଇନ୍ଦିରା କ୍ଲବର ଶ୍ରଦ୍ଧାଂଜଳି ସଭା: ସ୍କୁଲରେ ଶ୍ରେଷ୍ଠ ଏନସିସି କ୍ୟାଡେଟ ଓ ଶ୍ରେଷ୍ଠ ମେଟ୍ରିକ ଛାତ୍ରଙ୍କୁ ସ୍ମାରକୀ ପୁରସ୍କାର ପାଇଁ ନିଷ୍ପତି


ସମ୍ବଲପୁର:ତ୍ୟାଗର ବରିଷ୍ଠ ସଦସ୍ୟ ସ୍ବର୍ଗତ ଗଗନ ବିହାରୀ ଗଡନାୟକଙ୍କ ସ୍ମୃତିରେ ତ୍ୟାଗ ଓ ଇନ୍ଦିରା କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତାଙ୍କ ସ୍ମୃତିରେ ବୁର୍ଲା ହାଇସ୍କୁଲର ଶ୍ରେଷ୍ଠ ଏନସିସି ଓ ଶ୍ରେଷ୍ଠ ମେଟ୍ରିକ ଛାତ୍ରଙ୍କୁ ‘ ଗଗନ ବିହାରୀ ଗଡନାୟକ ‘ ସ୍ମାରକୀ ପୁରସ୍କାର ଦେବାପାଇଁ ନିଷ୍ପତି ନିଆଯାଇଥିଲା। ଏଵଂ ବୁର୍ଲା ରକ୍ତ ଭଣ୍ଡାରରେ ବର୍ଷରେ ସର୍ବାଧିକ ରକ୍ତଦାନ କରିଥିବା ସ୍ୱେଚ୍ଛା ରକ୍ତଦାତାଙ୍କୁ ସ୍ମାରକୀ ପୁରସ୍କାର ଦେବାପାଇଁ ନିଷ୍ପତି ବି ନିଆଯାଇଥିଲା । ଏହି ସ୍ମାରକୀ ସମ୍ମାନ ୨୦୨୬ ରୁ ଦିଆଯିବା ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଆର୍ଥିକ ଅନୁଦାନ ଦେବା ପାଇଁ ନିଷ୍ପତି ନିଆଯାଇଥିଲା। ସଭାପତି ଦୁର୍ଗା ପାଢ଼ୀ, ଗୁଡୁ ଉପଲ, ସରୋଜ ତ୍ରିପାଠୀ,ପ୍ରଦୀପ ପଣ୍ଡା, ପ୍ରଶାନ୍ତ ମହାନ୍ତି, ଡ ସଞ୍ଜୟ ପଟ୍ଟନାୟକ, ଡ ପରମାଣିକ, ପ୍ରଫେସର ସଂଜତ ସାହୁ , ଡ ସୁଶାନ୍ତ କର, ଲକ୍ଷ୍ମୀ ପ୍ରଧାନ, ବିରଂଚି ମହାପାତ୍ର, ଶିବ ସେଠି, ବିଯିନ୍ଦର ଶର୍ମା, ତପନ ବେହେରା, ରାଜକିଶୋର ପାଢ଼ୀ, ଅରୁଣ କୁମାର, ପ୍ରକାଶ ଶତପଥୀ, ସୁମନ୍ତ ସ୍ୱାଇଁ, ବିକି ଶର୍ମା, ପ୍ରଦୀପ ରାଉତ , କୋକନା ଶତପଥୀ ,ପଙ୍କଜ ମଜୁମଦାର ଓ ବହୁ ସଭ୍ୟ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏନସିସି ସାର ଓ ଶକ୍ତ ସାହସୀ ସାର ରୂପରେ ପରିଚିତ ଗଡନାୟକ ସାର ସମୟାନୁବର୍ତି, ଛାତ୍ର ବସ୍ତଳ ଓ କର୍ତବ୍ୟନିଷ୍ଠ ଥିଲେ ବୋଲି ସ୍ମ୍ତତି ଚାରଣ କରାଯାଇଥିଲା। ଦୁର୍ଗା ପାଢ଼ୀ ସ୍ମୃତି ଚାରଣ କରି ତାଙ୍କ ଶିକ୍ଷକ ଜୀବନର ବହୁ ଦିଗ ଉପରେ ଆଲୋକପାତ କରିଥିଲେ। ତାଂକ ଭଳି ଜଣେ ଛାତ୍ର ପ୍ରିୟ ଓ ଶକ୍ତ ଶିକ୍ଷକ ଆଜି ପାଇବା ଭାରି କଠିନ ବୋଲି କହିଥିଲେ । ତାଙ୍କଠାରୁ ନେତୃତ୍ୱ, ସମାଜସେବା ଓ ଶୃଙ୍ଖଳା ମୁଁ ଶିଖିଛି ବୋଲି ଦୁର୍ଗା ପାଢ଼ୀ କହିଥିଲେ। ଗଡ ନାୟକ ସାରଙ୍କ ସମର୍ଥନ ଓ ପ୍ରେରଣା ତ୍ୟାଗକୁ ଅଧିକ ଅନୁପ୍ରେରିତ କରିଛି । ତ୍ୟାଗ ତାଙ୍କୁ ୨୬ ଏପ୍ରିଲ ୨୦୨୬ରେ ତାଙ୍କୁ ହେମାନନ୍ଦ ବିଶ୍ବାଳ ସ୍ମାରକୀ ସମ୍ମାନ ରେ ସମ୍ମାନୀତ କରିଥିଲା। ସାର୍ ସ୍ଵର୍ଗରୁ ଆମକୁ ଅଧିକ ଆଶିଷ ପ୍ରଦାନ କରନ୍ତୁ ବୋଲି ସବୁ ବକ୍ତା କହିଥିଲେ । ଶେଷରେ ଲକ୍ଷ୍ମୀ ପ୍ରଧାନ ଧନ୍ୟବାଦ ଦେଇଥିଲେ।