ଘନ କୁହୁଡ଼ି ନେଇ ଆଜିଠୁ ୯ ତାରିଖ ପାଇଁ ବିଭିନ୍ନ ଜିଲ୍ଲାକୁ ଓ୍ବାର୍ଣ୍ଣିଂ


ଭୁବନେଶ୍ବର: ଶୀତ କମିଥିଲେ ବି ସକାଳୁ ସକାଳୁ ଘନ କୁହୁଡ଼ଇ କରୁଛି କଲବଲ । ଯାତାୟାତରେ ଲୋକେ ଭୋଗୁଛନ୍ତି ସମସ୍ୟା । ରାଜ୍ୟରେ ଆଡୁରି ତିନିଦିନ ଘନ କୁହୁଡ଼ି ଏମିତି କଲବଲ କରିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟକୁ ଆଉ ୩ ଦିନ ଘନ କୁହୁଡ଼ି ଦେଖଦେବ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ପାଇଁ ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼କୁ ଘନ କୁହୁଡି ନେଇ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ଘନ କୁହୁଡି ପାଇଁ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ନାୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଗଜପତି, କଳାହାଣ୍ଡି ଓ କନ୍ଧମାଳ ।

ଆସନ୍ତା ୯ ତାରିଖ ପାଇଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହି ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ନାୟାଗଡ଼, ଖୋର୍ଦ୍ଧା, ପୁରୀ ଓ କଟକ । ଅନ୍ୟପକ୍ଷରେ ଫେବ୍ରୁଆରୀ ଆରମ୍ଭରୁ ପାରଦ ଉପରମୁହାଁ ହେଲାଣି । ସପ୍ତାହେରୁ ଅଧିକ ସମୟ ହେଲା ତାତି ବଢିଥିବା ବେଳେ, ୩୬ ଡିଗ୍ରୀ ଛୁଇଁଲାଣି ପାରଦ । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।