Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଞ୍ଜାରୀ ଆଶ୍ରମ ବଦ୍ୟାଳୟର ବାର୍ଷିକ ମହୋତ୍ସବ; ଶିକ୍ଷା ବିନା ଉନ୍ନତି ଅସମ୍ଭବ….ମୁଖ୍ୟଅତିଥି

ଜମନକିରା : ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ବଂଜାରୀ ବଦ୍ୟାଳୟର ବାର୍ଷିକ ମହୋତ୍ସବ ଆଜି ବଡ ଧୁମଧାମରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନିଲମଣୀ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ଗୋଷ୍ଠୀ ମଙ୍ଗଳ ଅଧିକାରୀ ଐଶର୍ଯ୍ୟ ନାୟକ ଯୋଗଦେଇ ଛାତ୍ରୀ ଛାତ୍ରମାନଙ୍କୁ ଶିକ୍ଷା ବିନା ଉନ୍ନତି ଅସମ୍ଭବ ବୋଲି କହିଥିଲେ। ଏଥି ସହିତ ନୂତନ ଶିକ୍ଷା ନୀତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗଦେଇ ତାଙ୍କ ଅଭିଭାଷଣ ମାଧ୍ୟମରେ ଛାତ୍ରୀଛାତ୍ର ମାନଙ୍କୁ ଦୃଢ଼ ସଂକଳ୍ପ କରି ଯେକୌଣସି କାର୍ଯ୍ୟ କଲେ ସଫଳତା ମିଲବ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ସଂଘ ସଭାପତି ବିରେନ୍ଦ୍ର କୁମାର ପଟେଲ, ଆଶ୍ରମ ସ୍କୁଲ୍ ଷଣ୍ଢପଥର ପ୍ରଧାନ ଶିକ୍ଷକ ତିର୍ଥରାଜ ନାୟକ, ଟିକିଲିପଡା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଅନନ୍ତରାମ ରଣା, ଟାଙ୍ଗରାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର ସାହୁ ନେତ୍ରାନନ୍ଦ ନାଏକ, ଅବସରପ୍ରାପ୍ତ ଯବାନ କିଶୋର ବାଗ, ଆଲୁମିନା ସଭାପତି ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା ସହକାରୀ ଶିକ୍ଷକ ସୁନିଲ କୁମାର ସାହୁ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ କାଟ୍ରିନା କୁଲୁ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପଠନ କରିଥିଲେ। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟିତ୍ରୀ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ। ଶେଷରେ ସହକାରୀ ଶିକ୍ଷକ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟ କୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।ସନ୍ଧ୍ୟାରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପରିବେଷିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ