ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଧାୟକ ଇଂ ରଘୁନାଥ ଜଗଦଲାଙ୍କ ଉଦ୍ଦେଶ୍ୟରେ ଆଜି ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ରମାକାନ୍ତ ପୁରୋହିତ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ବିଧାୟକ ଶ୍ରୀ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ଦେବାଶିଷ ପଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ପୁରୋହିତ ବିଧାୟକ ଙ୍କୁ ଫୁଲ ତୋଡା ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ସୁବିଧା ଅସୁବିଧା ସଂପର୍କରେ ବିଧାୟକ ଛାତ୍ର ଛାତ୍ରୀ ମାନଙ୍କୁ ବୁଝିବା ସହିତ ତୁରନ୍ତ ଅସୁବିଧା ସବୁ ସମାଧାନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବିଦ୍ୟାଳୟର ଶୌଚାଳୟ ନିର୍ମାଣ , ଜଳ ଯୋଗାଣ , ଖାଲି ପଡିଥିବା କର୍ମଚାରୀ ପଦବୀ ପୂରଣ କରିବାକୁ ମଧ୍ୟ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ , ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଇଂରାଜୀ ଅଧ୍ୟାପିକା ଅର୍ପିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ସୁବଳୟା କଲେଜରେ ବିଧାୟକ ଇଂ ରଘୁନାଥ ଜଗଦଳା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
