Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଫାଲଗୁନ ପୂର୍ଣ୍ଣିମା ଯାତ୍ରା ପାଇଁ ପରିଚାଳନା କମିଟି ଗଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ର ପ୍ରସିଦ୍ଧ ଯାତ୍ରା ଫାଲ୍‌ଗୁନ ପୂର୍ଣ୍ଣିମା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଦୟାନିଧି ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାଧାରଣ ବୈଠକର ନିଷ୍ପତି କ୍ରମେ ପୁରୁଣା କମିଟି କୁ ରଦ୍ଦକରି ନୂତନ କମିଟି ଗଠିତ ‌ହୋଇଛି । ଏଥିରେ ସଭାପତି ଭାବେ ସ୍ଥାନୀୟ ବିଧାୟକ ଇଂ ରଘୁନାଥ ଜଗଦଲା ଙ୍କୁ ଚୟନ କରାଯାଇଛି l ସେହିପରି କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ପଣ୍ଡା , ଉପ ସଭାପତି ମନୋରଞ୍ଜନ ତରିଆ , ସଂପାଦକ ସତ୍ୟବ୍ରତ ମିଶ୍ର ରହିଥିବା ଜଣାପଡ଼ିଛି l ଦୈତାରୀ ମହାକୁର ଓ ମାନଭଞ୍ଜନ ମିଶ୍ର ଙ୍କୁ ସହ ସମ୍ପାଦକ , ଅକ୍ଷୟ କୁମାର ମିଶ୍ର ଙ୍କୁ କୋଷାଧ୍ୟକ୍ଷ ଏବଂ ନାରାୟଣ ମେହେର ଓ ରବି ନାରାୟଣ ପଣ୍ଡା ଙ୍କୁ ସହ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଏହା ବ୍ୟତୀତ ଦୟାନିଧି ହୋତା , ଡ.ପ୍ରଫୁଲ୍ଲ କୁମାର ରଥ , ସନ୍ତୋଷ ଷଡ଼ଙ୍ଗୀ , ଯୁଗଳ କିଶୋର ମିଶ୍ର , ଦାମୋଦର ମିଶ୍ର , ଡ.ଦ୍ଵିତୀକୃଷ୍ଣ ପଣ୍ଡା , ଦିଲ୍ଲୀପ ତ୍ରୀପାଠୀ , ବସନ୍ତ ମହାକୁର , ସୁରେନ୍ଦ୍ର ମଲ୍ଲିକ ଓ ମହେନ୍ଦ୍ର ଜଗଦଲା ଙ୍କୁ ଉପଦେଷ୍ଟା ମଣ୍ଡଳୀ ରେ ରଖାଯାଇଛି l ଅର୍ଥ କମିଟି ପାଇଁ ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା , ଦାମୋଦର ହୋତା , ବିପିନ ବିହାରୀ ପଣ୍ଡା , ବସନ୍ତ ମହାକୁର , ସୂର୍ଯ୍ୟ ନାରାୟଣ ନନ୍ଦ , ପ୍ରିୟବ୍ରତ ସାହୁ , ପ୍ରଫୁଲ୍ଲ ଡ଼ାଙ୍ଗ , ଏକଲବ୍ୟ ବେହେରା , ପ୍ରଭାସ ପଣ୍ଡା , ନଳିନୀ ପଣ୍ଡା , ହରିହର ବେହେରା ଓ ପଦାର୍ଥ ଜଗଦଲା ଙ୍କୁ ଚୟନ କରାଯାଇଛି। ଚଳିତ ବର୍ଷ ଫାଲ୍‌ଗୁନ ପୂର୍ଣ୍ଣିମା ଯାତ୍ରା କୁ ଆକର୍ଷଣୀୟ କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଲୋଚନା ହୋଇଥିଲା। ଶେଷରେ ଭଗବାନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ