Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୧୮ ରୁ ଆରମ୍ଭ ହେବ ବେଲଘର ଡିମ୍ବୁଲି ମହୋତ୍ସବ

ବାଲିଗୁଡା, ତା, ୦୮/୦୨ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟ ତର୍ଗାବାଲି ଠାରେ ଡିମ୍ବୁଲି ମହୋତ୍ସବ ଚଳିତ ମାସ ୧୮ଓ ୧୯ ଦୁଇଦିନ ଧରି ମହୋତ୍ସବ ସଭାପତି ଗୌରଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ , ଏ ନେଇ ସମସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି l ପ୍ରଥମ ତଥା ଉଦଘାଟନ ଦିନ ସକାଳ ୯ଘଣ୍ଟ ସମୟରେ ଶ୍ରାମ୍ବୁଲି ଡିମ୍ବୁଲି ତୀର୍ଥକ୍ଷେତ୍ର ପରିକ୍ରମା, ଅପରାହ୍ନରେ ପାରମ୍ପରିକ ନୃତ୍ୟ ବାଦ୍ୟ ସହ ନଗର ପରିକ୍ରମା, ଅପରାହ୍ନ ରେ ସଭା କାର୍ଯ୍ୟକ୍ରମ ଆରମ୍ଭ, ସନ୍ଧ୍ୟାରେ କ୍ଲାମ୍ବୁ ମୁଖିଆଙ୍କୁ ସମ୍ମାନ ପରେ ପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଥିବା ବେଳେ ଦ୍ୱିତୀୟ ତଥା ଉଦଯାପନୀ ଉତ୍ସବରେ ସଭା କାର୍ଯ୍ୟ ଆରମ୍ଭ ସହ ନିଜନିଜ କ୍ଲାମ୍ବୁ ଅନୁସାରେ ବୈଠକ, ଅପରାହ୍ନରେ ବାର ଭାଇ କ୍ଲାମ୍ବୁ ଅନୁସାରେ ବନ୍ଧୁ ମିଳନ ଓ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହେବ l ଏହି ଉତ୍ସବର ମୁଖ୍ୟ ସଂଯୋଜକ ପବିତ୍ର କହଁର ଙ୍କ ସମେତ ବେଲଘର ସରପଞ୍ଚ ଗୋବିନ୍ଦ ମାଝି ,ଦୟାନିଧି ଜାନୀ ,ରାମ ମାଝିଙ୍କ ସମେତ ଅଞ୍ଚଳର ଶତାଧିକ ଆଦିମ ଜନଜାତି ଓ ଜନଜାତି ର ମୁଖିଆ ବ୍ୟକ୍ତି ମାନେ ଉପସ୍ଥିତ ରହିବେ। ଏହି ମହୋତ୍ସବରେ ରାଜ୍ୟର ୨୦ ଟି ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ର କ୍ଲାମ୍ବୁ ରୁ ଶହଶହ ବ୍ୟକ୍ତି ଏହି ମହୋତ୍ସବ ରେ ଆସି ପୂଜା ଅର୍ଚ୍ଚନା ରେ ଭାଗ ନେବେ । ଅନୁସୂଚିତ ଜନଜାତି ଓ ଆଦିମ ଜନଜାତି କୂଟିଆ ମାନଙ୍କ ଉତ୍ପତ୍ତି ସ୍ଥଳ ଆଦି ଦେବୀ ସେହି ପବିତ୍ର ଡିମ୍ବୁଲି ପାହାଡ ର ଐତିହ୍ୟ ଓ ପରମ୍ପରା କୁ ଉଦଜୀବିତ ରଖିବା ସହ ମହାନ ସଂସ୍କୃତିକୁ ଅବକ୍ଷୟ ରୁ ବଞ୍ଚାଇ ରଖିବା , ସେହି ସ୍ଥାନକୁ ଏକ ପବିତ୍ର ସ୍ଥାନ ର ମାନ୍ୟତା ପ୍ରଦାନ କରିବା ଓ ହେରିଟେଜ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନିତ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବା ଡିମ୍ବୁଲି ମହୋତ୍ସବର ପ୍ରଥମ ଲକ୍ଷ ରହିଛି ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝି କହିଛନ୍ତି ।