ରାମପୁରରେ ବରିଷ୍ଠ ଦେୱାନୀ ଜଜ୍ କୋର୍ଟ ଉଦଘାଟିତ


ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ତୁଙ୍ଗୁରିପାଲି ବ୍ଲକ୍ ଅଧୀନସ୍ଥ ରାମପୁର ଠାରେ ଆଜି ବହୁ ପ୍ରତିକ୍ଷୀତ ବରିଷ୍ଠ ଦେୱାନି ଜଜ୍ କୋର୍ଟ ଉଦଘାଟିତ ହୋଇଯାଇଛି। ଓଡିଶା ହାଇକୋର୍ଟର ବିଚାରପତି ଆନନ୍ଦଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋର୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ରାମପୁର ଜେଏମଏଫସି ସମୀକ୍ଷା ମହାନ୍ତି ଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଭବ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟର ବିଚାରପତି ଆନନ୍ଦଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ଓ ଦୌରାଜଜ୍ ରଶ୍ମି ମୋହନ ଆଚାର୍ଯ୍ୟ, ରାମପୁର ବାର ଆସୋସିଏସନ୍ ସଭାପତି ପ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ପ୍ରକାଶ କୁମାର ପାଢୀ ପ୍ରମୁଖ ଯୋଗ ଦେଇ ମଞ୍ଚାସୀନ ଥିଲେ । ଜନସାଧାରଣଙ୍କୁ ତ୍ବରିତ ନ୍ୟାୟ ମିଳିବା ଉଦ୍ଧେଶ୍ୟରେ ଏହି କୋର୍ଟର ସ୍ଥାପନ କରାଯାଇଥିବା ମୁଖ୍ୟ ଅତିଥୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଶେଷରେ ରାମପୁର ବାର ଆସୋସିଏସନ୍ ସମ୍ପାଦକ ପ୍ରକାଶ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆଜି ରାମପୁର ବରିଷ୍ଠ ଦେୱାନୀ ଜଜ୍ ଭାବେ ମମିତା ସାହୁ ଯୋଗ ଦେଇଥିଲେ ଏବଂ ବରିଷ୍ଠ ଆଇନଜୀବୀ ସର୍ବେଶ୍ବର ପୁରୋହିତ ପ୍ରଥମ ମାମଲା ପରିଚାଳନା କରିଥିଲେ। ଏହି ଉତ୍ସବରେ ଜିଲ୍ଲାପାଳ ଅନ୍ୟା ଦାଶ, ଏସପି ରାମପ୍ରସାଦ ସାହୁ, ଜିଲ୍ଲା ଓକିଲ ସଂଘ ସଭାପତି ବିଧାନଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଦାଶଦିପ୍ତ ମହାପାତ୍ର ପ୍ରମୁଖଙ୍କ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।