Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସଇଡାରେ ଡ୍ରେନ୍ ସଫେଇ ଦାବି

କୁଚିଣ୍ଡା ଏନ୍ଏସି ୱାର୍ଡ଼ ନମ୍ବର ୧୦ ସ୍ଵାଧୀନ ପଡ଼ା ଓ ମେନ୍ ରୋଡ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ଥିବା ଡ୍ରେନ୍ ସଫେଇ ଅଭାବରୁ ଘାସବୁଦା ରେ ଭର୍ତ୍ତି ହେଇଛି l ମାତ୍ର ଦେଢ଼ମାସ ମଧ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଯାଉଛି ତେଣୁ ବର୍ଷା ପୂର୍ବରୁ ଡ୍ରେନ ସଫେଇ କରିବା ନିହାତି ଜରୁରୀ ହୋଇପଡିଛି l ଡ୍ରେନ ସଫେଇ ନହେଲେ ରାସ୍ତା ଉପରେ ପାଣି ଜମି ରାସ୍ତା ଖରାପ ହେବାର ସମ୍ଭାବନା ରହିଛି ଓ ରୋଗ ବ୍ୟାପିବା ଆଶଙ୍କା ରହିଛି l ତେଣୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସମସ୍ତ ୱାର୍ଡ଼ ରେ ଡ୍ରେନ ସଫେଇ କରିବା ନିହାତି ଜରୁରୀ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି l