ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ (କସ୍ତୁରୀ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବୀନ ସୁନ୍ଦର ଜଗଦଳା ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ଯକ୍ରମରେ ସ୍ଥାନୀୟ ବିଧାୟକ ଇଂ ରଘୁନାଥ ଜଗଦଳା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ବୀରମହାରାଜପୁର ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକlରୀ ଶାନ୍ତନୁ କୁମ୍ଭକାର ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଥିଲେ କେନଝରିଆପାଲି ଉଚ୍ଚ ପ୍ରlଥମିକ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ସନ୍ତୋଷ ବିଶି l ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ଦେହୁରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ I ସମ୍ମାନୀତ ଅତିଥି ଭାବରେ କେନଝରିଆପାଲି କ୍ଳଷ୍ଟର ର ସିଆରସିସି ବିନୟ କୁମାର ବିଶ୍ୱାଳ ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପ ପରିଚାଳନା କମିଟି ର ସଭାପତି ଆନନ୍ଦ ମେଣ୍ଡିଲି ପଞ୍ଚସଖା ସେତୁ ର ସଭାପତି ଗୁଣସାଗର କର୍ଣ୍ଣ , କେନଝରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ପ୍ରମୁଖ କସ୍ତୁରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ I ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ହରିଶଙ୍କର ରଣା ବିଦ୍ୟାଳୟ ବାର୍ଷିକ ବିବରଣୀ ପଠନ କରିଥିଲେ I ପିଲାଙ୍କ ସାମଗ୍ରୀକ ବିକାଶ ପାଇଁ ଆବଶ୍ୟକ ସୁବିଧା ପୂରଣ ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ l ଏ ଅବସରରେ ଡ଼ଃ ବାବା ସାହେବ ଆମ୍ବେଦକର ଓ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ l ୨୦୨୪-୨୫ବର୍ଷ ର ବିଦ୍ୟାଳୟ ସ୍ତରୀୟ ଉତ୍ସର୍ଗୀକୃତ ଶିକ୍ଷକ ଭାବରେ ଶିକ୍ଷକ ରାଜେଶ ପlତ୍ର ଙ୍କୁ ବିଦ୍ୟାଳୟ ତରଫରୁ ମାନ୍ୟବର ବିଧାୟକ ଇଂ ରଘୁନାଥ ଜଗଦଳାଙ୍କ ଦ୍ଵାରା ସମର୍ଦ୍ଧିତ କରାଯାଇଥିଲା I ପିଲାଙ୍କ ପ୍ରତିଭାକୁ ବିକଶିତ ହୋଇ ଆଗକୁ ବଢିବାକୁ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ I ଏହି ଅବସରରେ ବିଦ୍ୟାଳୟ ର ବିଭିନ୍ନ କ୍ଷେତ୍ର କୃତିତ୍ୱଲାଭ କରିଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ ସୃତି ଫଳକ ଦେଇ ସମ୍ମାନୀତ କରାଯାଇ ଥିଲା l ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସଂlସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଆଞ୍ଚଳିକ ଉଚ୍ଚବିଦ୍ୟା ପୀଠ କେନଝରିଆପାଲି ର ଗଣିତ ଶିକ୍ଷକ ଦୀନବନ୍ଧୁ ପଧାନ ଓ ଘିଚାପାଳି ଉଚ୍ଚପ୍ରlଥମିକ ବିଦ୍ୟାଳୟ ରଶିକ୍ଷକ ମଦନସୁନ୍ଦର ଭୋଇ ମଞ୍ଚ ପରିଚାଳନା କରିଥିଲେ l ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ରାଜେଶ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ଶିକ୍ଷକ ଅଚ୍ୟୁତାନନ୍ଦ ପାଣ୍ଡେ , ସରୋଜ ସାହୁ , ଇନ୍ଦ୍ରଜିତ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏ ବର୍ଷ ର ବାର୍ଷିକ କ୍ରୀଡାରେ ଚମ୍ପିୟାନ ହୋଇଥିବା ବରିଷ୍ଠ ବାଳକ ବିଭାଗ ରେ ଅନ୍ତର୍ଯ୍ୟମି ସେଠୀ , ବରିଷ୍ଠ ବାଳିକା ବିଭାଗ ରେ ପ୍ରିତୀମୟୀ ବେହେଲା , କନିଷ୍ଠ ବାଳକ ବିଭାଗ ରେ ଶୁଭଙ୍କର ଦେହୁରୀ , କନିଷ୍ଠ ବାଳିକା ବିଭାଗ ରେ ନିହାରିକା ପଧାନ ଙ୍କୁ ମଧ୍ୟ କସ୍ତୁରୀ କାର୍ଯ୍ୟକ୍ରମ ରେ ସମ୍ମାନୀତ କରାଯାଇ ଥିଲା l
କେନଝରିଆ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ କସ୍ତୁରୀ କାର୍ଯ୍ୟକ୍ରମ ଆୟୋଜିତ
