Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲାରେ ଉପସ୍ଥିତି ଜାହିର କରୁଛି ମାଓବାଦୀ!

ସମ୍ବଲପୁର: ଗତ ଦୁଇସପ୍ତାହ ମଧ୍ଯରେ ଛତିଶଗଡ଼ ରାଜ୍ୟର ବିଜାପୁର ଅଞ୍ଚଳରେ ମାଓବାଦୀ ନିର୍ମୁଲ କରିବାକୁ ବଡ଼ ପଦକ୍ଷେପ ନିଆଯାଇ ଶୀର୍ଷ ମାଓନେତା ପୁଲିସ ଗୁଳିରେ ଟଳି ପଡ଼ିଥିବା ବେଳେ ସମ୍ବଲପୁର ଜିଲ୍ଲାରେ ଏମାନଙ୍କ ପ୍ରବେଶ ଓ ଉପସ୍ଥିତି ନେଇ ଆଶଙ୍କା ଉପୁଜିଛି।
ତେବେ ରାଜ୍ୟବାସୀଙ୍କ ପାଇଁ ଦୁଃଖଦ ଖବର ହେଲା ମାଓବାଦୀମାନେ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛନ୍ତି। ଗତ ଦୁଇ ଦିନ ତଳେ ବଲାଙ୍ଗିର ଜିଲାରେ ରାସନ ସାମଗ୍ରୀ କିଣିବାକୁ ଆସିଥ‌ିବା ମାଓବାଦୀ ବାଦୀଙ୍କ ପରିଚୟ ଜଣାପଡିବା ପରେ ପୁଲିସ ସହ ମୁହାଁମୁହିଁ ହେବା ଘଟଣା ମାଓବାଦୀ ଉପସ୍ଥିତି ନେଇ ସ୍ପଷ୍ଟ ହୋଇଛି। ମାଓବାଦୀ ମାନେ ଏବେ ସୁରକ୍ଷିତ ଆଶ୍ରୟସ୍ଥଳ ସନ୍ଧାନରେ ଥିବା ବେଳେ ସମ୍ବଲପୁର ଜିଲାର ଯୁଯୋମୁରା, ନାକଟିଦେଉଳ ବ୍ଲକର ଘଞ୍ଚଜଙ୍ଗଲକୁ ପ୍ରତ୍ୟାବର୍ତ୍ତନ କରୁଥିବା ନେଇ ଅସମର୍ଥିତ ଭାବେ ସୂଚନା ମିଲୁଛି।
ପୂର୍ବରୁ ସମ୍ବଲପୁର ଜିଲାର ମେଘପାଳ, ଟାମ୍ପରଗଡ଼ ଅଞ୍ଚଳରେ ଥିବା ଘଞ୍ଚଜଙ୍ଗଲ କ୍ଷେତ୍ରକୁ କେନ୍ଦ୍ରକରି ଏସ୍‌ଡିଏସ୍ ଅର୍ଥାତ୍
ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ ମାଓ ସଂଗଠନ ଗଢ଼ି ଉଠିଥିଲା। ଏଥିରେ ସ୍ଥାନୀୟ ଲୋକଙ୍କ ସମର୍ଥନ ସହିତ ସମ୍ପୃକ୍ତି ମଧ୍ୟ୍ୟ ରହିଥିଲା।ତେବେ ସମ୍ବଲପୁର ପୁଲିସର ଡିଭିଏଫ୍ ଏବଂ ଅଦ୍ଧସାମରିକ ବଳର ଜୋରଦାର କମିଙ୍ଗ ଅପରେସନ ଫଳରେ ୨୦୧୨-୧୩ ମସିହା ବେଳକୁ ସମ୍ବଲପୁର ଜିଲାରୁ ମାଓବାଦୀ ସଂଗଠନର ଅସ୍ତିତ୍ବ ଏକପ୍ରକାର ହଜି ଯାଇଥିଲା। କାଳକ୍ରମେ ଏସ୍‌ଡିଏସ୍ ସଂଗଠନ ଏକପ୍ରକାର ନିଶ୍ଚିହ୍ନ ହୋଇଯିବା ପରେ ମେଘପାଳ ସହିତ ବିଭିନ୍ନ ସ୍ଥାନରୁ ବିଏସଏଫ କ୍ୟାମ୍ପ ଉଠିଯାଇଥିଲା।
ହେଲେ ଏବେ ମାଓବାଦୀମାନେ ସୁରକ୍ଷିତ ଆଶ୍ରୟ ଆଶାରେ ବେଶ ବଦଳାଇ ନିଜର ପୁରୁଣା ଆସ୍ଥାନକୁ ଫେରୁଥିବା କୁହାଯାଉଛି। କେତେକ ଗ୍ରାମାଞ୍ଚଳରେ ଏବେ ମଧ୍ୟ ମାଓ ସଂଗଠନ ପ୍ରତି ସମର୍ଥନ ରହିଥ‌ିବା ବେଳେ କେତେକ ଗ୍ରାମବାସୀ ଭୟରେ ରେ କିଛି କ‌ହିବା ପାଇଁ ରାଜି ହେଉନାହାନ୍ତି। ଫଳରେ ଓବାଦୀମାନେ ଲୋକଙ୍କ ଘରେ ଅତିଥି ଭାବେ ରହି ପ୍ରାଣ ବଞ୍ଚାଇବା ପ୍ରୟାସ କରୁଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି ।ଏପରିକି ଫେରିବାଲା ନାମରେ ବହୁ ଅଣ ଓଡ଼ିଆ ନମ୍ବର ବିହୀନ ଏପରିକି କୌଣସି କାଗଜପତ୍ର ନଥିବା ମରାମତି ବାଇକ ମାନଙ୍କରେ ବିଭିନ୍ନ ଦୁର୍ଗମ ଓ ଛକ ମାନଙ୍କରେ ନିଜର ଆସ୍ଥାନ ଜମାଇବାରେ ଲାଗିଛନ୍ତି। ଏମାନଙ୍କ ଉପରେ ପୋଲିସ ଓ ଗୋଇନ୍ଦା ବିଭାଗର ତୀକ୍ଷ୍ଣ ନଜର ରଖିବା ଓ ସେମାନଙ୍କ ଗତିବିଧି, ଯଥା ସେମାନଙ୍କ ରହଣି ସ୍ଥାନ, ସାମଗ୍ରୀ ଆଣୁଥିବା ସ୍ଥାନ, କାହାକୁ ଗ୍ରାହକ କରିବାକୁ କରୁଛନ୍ତି ଟାର୍ଗେଟ ପ୍ରଭୃତି ଦିଗ ଉପରେ ପୋଲିସ ର କଡା ନଜର ସହିତ ସେମାନଙ୍କ ବେନିୟମ ବାଇକ ଓ ଗାଡି ଉପରେ ମଧ୍ୟ୍ୟ କଡା କାର୍ଯ୍ୟାନୁଷ୍ଠାନ ଆଶା କରାଯାଉଛି।
ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟିଦେଇ ବେଳ ଥାଉ ହୁଁ ସତର୍କତା ପଦକ୍ଷେପ ଗ୍ରହଣ ନକଲେ ନେଡି ଗୁଡ଼ କହୁଣୀକୁ ବହିଯିବାର ଆଶଙ୍କା ରହିଛି। ଏଣୁ ଏହି ସମ୍ଭାବ୍ୟ ଆଶଙ୍କାକୁ ପୋଲିସ ଏଡାଇ ନଦେଇ ଜିଲ୍ଲାରୁ ମାଓବାଦୀ ନିର୍ମୁଲ ଫର୍ମୁଲାକୁ ଅକ୍ଷୁର୍ଣ୍ଣ ରଖିବାକୁ ନିଜ ପକ୍ଷରୁ ସଜାଗ ରହିବାର ଆବଶ୍ୟକତାକୁ ଅନୁଭବ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ