ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି କଟକରେ ଅନୁଷ୍ଟିତ ହେଉଥିବା ଭାରତ ଓ ଇଂଲଣ୍ଡ ଦ୍ଵିତୀୟ ମ୍ୟାଚର ପିଚ୍ ଅନୁଧ୍ୟାନ ଟିମରେ ସାମିଲ ହୋଇଛନ୍ତି ସୁଦର୍ଶନ ପାତ୍ର (ଲୁଲୁ)। ଅଲ୍ ଇଣ୍ଡିଆ ଲାଲମନି କ୍ରିକେଟ ଆୟୋଜକ କମିଟିର ସଦସ୍ୟ, ସ୍ପିନ ବୋଲର୍ ତଥା ପିଚ୍ କ୍ୱିରେଟର ଭାବରେ ନିଜ ଦାୟିତ୍ୱ ତୁଲାଇଥିବା ସୁନା ମାଟିର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ପାତ୍ର (ଲୁଲୁ) ସାମିଲ୍ ହୋଇ ଗୁରୁ ଦାୟିତ୍ଵ ନେଇଥିବାରୁ ସୁବର୍ଣ୍ଣପୁର ସହର ତଥା ଜିଲ୍ଲାରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଖୁବ୍ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଛି। ଜିଲ୍ଲା କ୍ରିକେଟ ସଂଘ, ସାମ୍ୱାଦିକ ସଂଘ, ବରିଷ୍ଠ ନାଗରିକ ସଂଘ, ବୁଢୀମା ୟୁଥ୍ କ୍ଳବ୍, ରାମଧୂନ୍ କ୍ଳବ୍ ଓ ସହରର ବିଭିନ୍ନ କ୍ରୀଡ଼ା ସଂଗଠନ ଓ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଶ୍ରୀ ପାତ୍ରଙ୍କୁ ଶୁଭେଛା ଜଣାଇ ସଫଳତା କାମନା କରିଛନ୍ତି l
କଟକ ବାରବାଟୀରେ ଗ୍ରାଉଣ୍ଡ୍ସ ମେନ୍ ଭାବରେ ସୋନପୁରର ଲୁଲୁ ପାତ୍ର
