Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିଜରେ ଝୁଲିଲା ବାଲି ବୋଝେଇ ହାଇଓ୍ବା, ଚାପି ହୋଇ ରହିଗଲେ ଡ୍ରାଇଭର

ସମ୍ବଲପୁର: ବାଲି ଭରି ଯାଉଥିବା ବେଳେ ଭାରସାମ୍ୟ ହରାଇଲା ହାଇଓ୍ବା । ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜ ଉପରୁ ତଳକୁ ଝୁଲି ପଡ଼ିଲା । ହାଇଓ୍ବାରେ ଚାପି ହୋଇ ରହିଗଲେ ଡ୍ରାଇଭର । ଏମିତି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢାଖୋଲରେ । କଟର ମେସିନ ସାହାଯ୍ୟରେ କଟାଯାଇ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି ।

ରେଢାଖୋଲ-ବୌଦ୍ଧ ରାସ୍ତାର କନ୍ଧରା ଗାଁ ନିକଟରେ ଥିବା ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳ ପ୍ରାୟ ୫ଟାରେ ହାଇୱାଟି ରେଢାଖୋଲ ମହାନଦୀରୁ ବାଲି ନେଇ ଆସୁଥିଲା । କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସବୁଠୁ ବଡ କଥା ହେଉଛି ହାଇୱାଟି ବ୍ରିଜ୍ ବାଡ ଭାଙ୍ଗି ତଳକୁ ନଖସି ଅଧାରେ ଝୁଲି ରହିଥିଲା । ଟ୍ରକ୍ ଭିତରେ ଗାଡି ଚାଳକ ଫସି ଯାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories