Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପ ଜିଲ୍ଲାପାଳଙ୍କ ଜେ.କେ.ଏସ୍ କଲେଜ ପରମଣପୁର

ସମ୍ବଲପୁର:ଉପଜିଲ୍ଲାପାଳ ସଦର ତଥା ସଭାପତି ପରିଚାଳନା କମିଟି, ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ (ଗ୍ରାମୀଣ) ଡ. ପୁଷ୍ପାଞ୍ଜଳି ପଣ୍ଡା, ସହକାରୀ ଜିଲ୍ଲାପାଳ ସୁଶାନ୍ତ କୁମାର ନାୟକଙ୍କ ସହ ସୋମବାର ଜେ.କେ.ଏସ୍ କଲେଜ ପରମଣପୁର ପରିଦର୍ଶନ କରିଥିଲେ।
ଉପରୋକ୍ତ ଗସ୍ତରେ ଉପଜିଲ୍ଲାପାଳ କେତେକ ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଥିଲେ। ସରକାରୀ ପ୍ରତିଷ୍ଠାନରେ ଉନ୍ନତି ଆଣିବା ପାଇଁ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ଉନ୍ନୟନମୂଳକ ଦିଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ଏବଂ ଏହାର ପ୍ରାରମ୍ଭିକ ଅଗ୍ରଗତି ପାଇଁ ଦୃଷ୍ଟି ଆକର୍ଷଣ କରାଗଲା । ଏହା ବ୍ୟତୀତ ଉପଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ କ୍ଲାସ୍ ରେ ବାର୍ତ୍ତାଳାପ କରିଥିଲେ । ଆଗାମୀ ଦିନରେ ଉପଜିଲ୍ଲାପାଳଙ୍କ ଅଧୀନରେ ଥିବା ଅନ୍ୟ କଲେଜଗୁଡ଼ିକରେ ମଧ୍ୟ ଏଭଳି ପରିଦର୍ଶନ ବଳବତ୍ତର ରହିବ ବୋଲି ଆଜି ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ