Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହାଙ୍କୁ ଭେଟିଲେ ବରଗଡ ସାଂସଦ,ସମ୍ବଲପୁରୀ ଭାଷା ସୁରକ୍ଷା ସହ ଗନ୍ଧମାର୍ଦ୍ଧନ ଆସିବାକୁ ନିମନ୍ତ୍ରଣ

ସମ୍ବଲପୁର:ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ସୋମବାର ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହା ଙ୍କୁ ସାକ୍ଷାତ କରି ବରଗଡ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିବା ସୂଚନା ମିଳିଛି ।
ସୋମବାର ଦିନ ୧୨ଟା ୪୦ ମିନିଟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପାର୍ଲାମେଣ୍ଟ ଭବନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହାଙ୍କୁ ବରଗଡ ଲୋକସଭା ସଦସ୍ଯ ଶ୍ରୀ ପୁରୋହିତ ସାକ୍ଷାତ କରିବା ସହ ୨ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ତାଙ୍କ ଦୃଷ୍ଟି ଆକର୍ଷଣ କରି ଆଲୋଚନା କରିଥିଲେ । ଓଡିଶାର ପଶ୍ଚିମାଞ୍ଚଳର ୧୧ଟି ଜିଲ୍ଲାର ଲୋକଙ୍କ ସମ୍ବଲପୁରୀ ଭାଷା ମାତୃଭାଷା ହୋଇଥିବା ବେଳେ ଓ ଭାଷାର ଏକ ସମୃଦ୍ଧ ସାହିତ୍ୟ ବ୍ଯାକରଣ ଥିବାରୁ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଓ ପ୍ରାକୃତିକ,ଐତିହାସିକ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ସହ ଏହାକୁ ଜାତୀୟ ସଂପତ୍ତିର ମାନ୍ଯତା ଦେବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଶ୍ରୀ ପୁରୋହିତ ଦାବି ପତ୍ର ପ୍ରଦାନ କରି ଅନୁରୋଧ ଜଣାଇଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହା ଗନ୍ଧମାର୍ଦ୍ଦନ ଅଞ୍ଚଳ ପରିଦର୍ଶନରେ ଆସିବା ପାଇଁ ସହମତି ପ୍ରକାଶ କରିଥିବା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ