Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନତା ହାଇସ୍କୁଲରେ ଜାତୀୟ କୃମି ନାଶକ ଦିବସ ପାଳିତ

ସମ୍ବଲପୁର :କୃମି ସଂକ୍ରମଣକୁ ସହଜରେ ନିୟନ୍ତ୍ରଣ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି।ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭୁକ୍ତା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟକେନ୍ଦ୍ରର ଡକ୍ଟର ନାରାୟଣ ପଶାୟତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ, ଜନତା ହାଇସ୍କୁଲ ଭୁକ୍ତାର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ ଏବଂ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଯୋଗ ଦେଇ କୃମି ବ୍ୟାପିବାର କାରଣ ,କୃମି ସଂକ୍ରମଣ ଯୋଗୁଁ ଶିଶୁକୁ ହେଉଥିବା କ୍ଷତି, କୃମି ମୁକ୍ତ ଶିଶୁ ପାଉଥିବା ଲାଭ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ ଏବଂ କୃମି ନାଶକ ଔଷଧ ସେବନ କରିବା ସହ କୃମି ସଂକ୍ରମଣ ରୋକିବାର ଅନ୍ୟ ଅଭ୍ୟାସଗୁଡ଼ିକୁ ଅବଲମ୍ବନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ କୃମି ନାଶକ ଔଷଧ ସେବନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିପିଏମ ମନୋରଞ୍ଜନ ସାହୁ, ପିଏଚଇଓ ଗୀତାଞ୍ଜଳି ପଟେଲ, ବିଡିଏମ ମେଘନାଦ ପଧାନ, ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରମୋଦା ମଲ୍ଲିକ , ଶିକ୍ଷକ ଶ୍ରୀପତି ସାହୁ, ସୁବାସ ଚନ୍ଦ୍ର ଖମାରୀ, ଶିକ୍ଷୟିତ୍ରୀ ରାଜକୁମାରୀ ଭୁଏ,ସୌଦାମିନୀ ବାରିକଙ୍କ ସମେତ ବିଦ୍ୟାଳୟର ସ୍ବାସ୍ଥ୍ୟ ଓ ଆରୋଗ୍ୟ ଆମ୍ବାସାଡର ଏବଂ ମେସେଞ୍ଜର ସକ୍ରିୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ