Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରେନ ରେ କଟିଯାଇ ଯୁବକ ମୃତ

ସମ୍ବଲପୁର:ବରଗଡ଼ ଜିଲ୍ଲା ଅତାବିରା ରେଳ ଷ୍ଟେସନ ରୁ ମାତ୍ର ୩ କିମି ଦୂରରେ କଣ୍ଡପାଲି ଗ୍ରାମ ଦେଇ ଯାଇ ଥିବା ରେଳ କଡ଼ରେ ଆଜି ସକାଳେ ଜଣେ ଯୁବକ ରେଳରେ କଟିଯାଇ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି ।ମୃତ ଯୁବକ ର ପରିବାର ବର୍ଗ ସକାଳ ୮ ଟାରେ ପହଞ୍ଚି ତାକୁ ଚିହ୍ନଟ କରିଥିଲେ । ମୃତକଙ୍କ ପରିବାରଙ୍କ କହିବା ଅନୁସାରେ ମୃତ ଯୁବକ ହେଉଛନ୍ତି ଝାଡ଼ଖଣ୍ଡ ରାଜ୍ୟ ଗୁମୁଲା ଜିଲ୍ଳା ସିସାଇ ଗ୍ରାମର ବିକାଶ ଓରାମ।ବୟସ ୩୦ ବର୍ଷ।ବିବାହ କୁ ମାତ୍ର ୯ ମାସ ପୁରିଛି । ସେ ଜଣେ ଗାଡି ଚାଳକ। ଗତ ଚାରି ପାଞ୍ଚ ଦିନ ତଳେ ସେ କାମ ପାଇଁ ଆନ୍ଧ୍ର ପ୍ରଦେଶକୁ ଯାଇଥିଲେ , କିନ୍ତୁ ସେଠାରେ କାମ ନ ପାଇ ଘରକୁ ଟ୍ରେନ ଯୋଗେ ଫେରୁଥିଲେ ।ଅତାବିରା ଷ୍ଟେସନ ରେ ଗାଡି କିଛି ସମୟ ଅଟକି ଥିଲା ।ତେଣୁ ସେ ଟ୍ରେନ ରୁ ଓହ୍ଲାଇ କିଛି ଜିନିଷ କିଣିବା ପାଇଁ ନିକଟସ୍ଥ ପାନ ଦୋକାନ କୁ ଯାଇଥିବା ବେଳେ ଟ୍ରେନ ଟି ଷ୍ଟେସନ ଛାଡ଼ିଦେଇଥିଲା ।ତେଣୁ ସେ ଆଉ ଟ୍ରେନ କୁ ଧରି ନ ପାରି ଘରକୁ ଫୋନ କରିଥିଲେ ରାତି ୧୧ ଟା ରେ। ତାଙ୍କ ପରିବାର କାର ନେଇ ତାଙ୍କୁ ନେବା ପାଇଁ ଆସୁଥିଲେ । କିନ୍ତୁ ଯୁବକ ଜଣକ ସକାଳେ ରେଳ ଲାଇନ ଦେଇ ଚାଲି ଚାଲି ଆଗକୁ ବଢିଥିଲେ ।କାନରେ ତାଙ୍କର ଇଅର୍ କଡ ଥିବା ଲୋକେ ପ୍ରକାଶ କରିଛନ୍ତି । ପଛପଟୁ ଏକ ରେଳ ଆସିବା ବେଳେ ତାଙ୍କ ପଛରେ ଥିବା ଜଣେ ସ୍ଥାନୀୟ ଯୁବକ ଯିଏ କି ନିତ୍ୟ କର୍ମ ପାଇଁ ଆସିଥିଲେ,ପଛରୁ ତାଙ୍କୁ ପାଟି କରି ରେଳ ଲାଇନ ରୁ ଓହରି ଯିବାକୁ କହିଥିଲେ। କିନ୍ତୁ ଭାଗ୍ୟର ବିଧାତା ଥିଲା ଭିନ୍ନ। ନିମିଷକେ ରେଳରେ ସେ କଟି ଯାଇ ପ୍ରାୟ ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇ ଥିଲେ । ଆଜି ସକାଳେ ତାଙ୍କ ସ୍ତ୍ରୀ ମଞ୍ଜୁ କୁମାରୀ, ଶ୍ଵଶୁର , ମାମୁଁ ପୁଅ ଓ ଜଣେ ସାଙ୍ଗ ତାଙ୍କୁ ନେବା ପାଇଁ ପ୍ରଥମେ ଅତାବିରା ଷ୍ଟେସନକୁ ଆସିଥିଲେ।କିନ୍ତୁ ସେଠାରେ ତାଙ୍କୁ ନ ପାଇ ଖୋଜ ଖବର ନେବା ପରେ କାଣ୍ଡପାଳି କୁ ଆସି ମୃତ ଅବସ୍ଥାରେ ପାଇଥିଲେ। ଏହି ଖବର ପାଇ ସ୍ଥାନୀୟ ଗଣାଧ୍ୟାମ ପହଞ୍ଚି ଅତାବିରା ପୋଲିସ ତଥା ସମ୍ବଲପୁର ରେଳ ପୋଲିସକୁ ଖବର ଦେଇଥିଲେ । ତେବେ ଯୁବକ ଜଣକ ଅତାବିରା ଷ୍ଟେସନରେ ସେ ଅଛନ୍ତି ବୋଲି ପରିବାରବର୍ଗକୁ ଜଣାଇବା ପରେ କଣ ପାଇଁ ଆଗକୁ ବଢିଥିଲେ।ତାହା କିଛି ସ୍ପଷ୍ଟ ଜଣା ପଡ଼ି ନାହିଁ।ପୋଲିସ ତଦନ୍ତ ପରେ ଅସଲ ମୃତ୍ୟୁ ର କାରଣ ଜଣାପଡିବ ବୋଲି ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ