Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିଲା ଗୁଜରାଟ ଟାଇଟନ୍ସର ମାଲିକାନା

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପୂର୍ବରୁ ବଦଳିଛି ଗୁଜରାଟ ଟାଇଟନ୍ସର ମାଲିକାନା। ଟରେଣ୍ଟ ଗ୍ରୁପ୍ ଏହାର ୬୭ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିଥିବା ସ୍ପଷ୍ଟ କରିଛି। ଏନେଇ ଟରେଣ୍ଟ ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଟରେଣ୍ଟ ଇନ୍ଭେଷ୍ଟମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଗୁଜରାଟ ଟାଇଟାନ୍ସର ୬୭ ପ୍ରତିଶତ ଅଂଶଧନ ଅଧିଗ୍ରହଣ ଲାଗି ଚୁକ୍ତି କରିଛି। ୨୦୨୨ରେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଗୁଜରାଟ ଟାଇଟାନ୍ସ ଏଣ୍ଟ୍ରି କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ପ୍ରଥମ ଥର ପାଇଁ ଆଇପିଏଲ୍ ଟାଇଟଲ୍ ହାତେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ