Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼-ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନ୍ ଚଳାଚଳ ପାଇଁ ଦାବି କଲେ ବରଗଡ଼ ସାଂସଦ,ଜନଶତାବ୍ଦୀ ଏକ୍ସପ୍ରେସକୁ ଝାରସୁଗୁଡା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରୀନିକଟରେ ଅନୁରୋଧ

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ପ୍ରତ୍ୟହ ବରଗଡ଼ରୁ ଭୁବନେଶ୍ୱରକୁ ଇଣ୍ଟରସିଟି ଟ୍ରେନ୍ ଚଳାଚଳ କରିବାକୁ ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼ ବାସୀଙ୍କ ଦୀର୍ଘ ଦିନର ଦାବିକୁ ନେଇ ସାଂସଦ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ବରଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଦାବି କରିଛନ୍ତି। ଭୁବନେଶ୍ୱରକୁ ପ୍ରତିଦିନ ସକାଳେ ଇଣ୍ଟରସିଟି ଚଳାଚଳ କଲେ ସେହିଦିନ ଭୁବନେଶ୍ୱର ଯାଇ ପୁଣି ବରଗଡ଼ ଫେରି ପାରିବେ ଯାତ୍ରୀ । ଯାହାଦ୍ୱାରା ଲୋକ ମାନେ ସେମାନଙ୍କର ଚିକିତ୍ସା, ଶିକ୍ଷାଗତ, ସରକାରୀ, ବ୍ୟବସାୟିକ ଆଦି କାର୍ଯ୍ୟ ସହଜରେ କରି ପାରିବେ ।ବରଗଡ଼ ରୋଡ୍ ଏବଂ ବଲାଙ୍ଗୀର ଷ୍ଟେସନ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧିନରେ ଅଛି । ବରଗଡ଼ ରୋଡ/ବଲାଙ୍ଗୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ନୂଆ ଟ୍ରେନ୍ ଚଳାଚଳ କରାଯାଉ କିମ୍ବା ୧୮୦୩/୩୦୪ ପୁରୀ-ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ଼/ବଲାଙ୍ଗୀର ପର୍ଯ୍ୟନ୍ତ ୨-ରେକ୍ ଟ୍ରେନ ଭାବେ ପରିବର୍ତ୍ତନ କରାଯାଉ ବୋଲି ସେ ରେଳମନ୍ତ୍ରୀଙ୍କ ନିକଟରେ ନିଜର ଯୁକ୍ତି ଉପସ୍ଥାପନା କରିଛନ୍ତି । ଏହାସହ ଏହାର ରକ୍ଷଣା ବେକ୍ଷଣ ପୁରୀଠାରେ କରା ଯାଇପାରିବ । ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ଦିନ ଧରି ଦାବି କରା ଯାଇଆସୁଛି । ପୂର୍ବରୁ ଏହି ପ୍ରସ୍ତାବରେ ପୂର୍ବତଟ ରେଳବାଇ ରାଜି ମଧ୍ୟ ହୋଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଏହା କାର୍ଯ୍ୟକାରି ହୋଇପାରିନାହିଁ।ରେଳବାଇ କର୍ତ୍ତୃପକ୍ଷଙ୍କ ଉଦାସୀନ ଆଭିମୁଖ୍ୟ ଯୋଗୁଁ ଏହାକୁ ବିଚାରକୁ ନିଆଯାଉ ନାହିଁ । ଯାହା ଦୁଃଖର ବିଷୟ ବୋଲି କହିଛନ୍ତି ଶ୍ରୀ ପୁରୋହିତ । ବରଗଡ଼ ଭଳି ଅବହେଳିତ ଅଂଚଳ ପାଇଁ ଟ୍ରେନ୍ ସୁବିଧା ଅତ୍ୟନ୍ତ ଆବଶ୍ୟକ । ଲୋକଙ୍କ ଭାବାବେଗକୁ ବିଚାର କରି ଏବଂ ପଶ୍ଚିମ ଓଡ଼ିଶାର ଏହି ଅଂଚଳର ପୁରୁଣା ଦାବି ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ଏହାସହ ପାଇକମାଲ ରେଳଷ୍ଟେସନର ନାମ ପରିବର୍ତ୍ତନ କରି ନୃସିହନାଥ ମନ୍ଦିର ରେଳ ଷ୍ଟେସନ କରିବାକୁ ପ୍ରସ୍ତାବ ଦେଇଛନ୍ତି ବରଗଡ଼ ସାଂସଦ । ଜନଶତାବ୍ଦୀ ଏକ୍ସପ୍ରେସକୁ ଝାରସୁଗୁଡା ପର୍ଯ୍ୟନ୍ତ ସମ୍ପ୍ରସାରଣ ସହ ହାତିଆ ଝାରସୁଗଡ଼ା ପାସେଂଜର ଟ୍ରେନକୁ ରାୟଗଡ଼ ଓ କୋଭିଡ୍ ସମୟରେ ବନ୍ଦ ହୋଇଥିବା ନିଜାମୁଦ୍ଦିନ୍-ରାୟଗଡ଼ ଗୋଣ୍ଡୱାନା ଏକ୍ସପ୍ରେସ ଟ୍ରେନ୍କୁ ପୁନଃଚଳାଚଳ କରିବାକୁ ରେଳମନ୍ତ୍ରୀଙ୍କ ପାଖରେ ଦାବି ରଖିଛନ୍ତି ପ୍ରଦୀପ ପୁରୋହିତ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories