Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏସ୍‌ବିଆଇ ଲିଡ୍ ବ୍ୟାଙ୍କ ଦ୍ୱାରା ଡିସିସି, ଡିଏଲଆରସି ଓ ଡିଏଲଆରଏସି ବୈଠକ

ସମ୍ବଲପୁର: ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଲିଡ୍ ବ୍ୟାଙ୍କ ଦ୍ୱାରା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଡିସିସି, ଡିଏଲଆରସି ଓ ଡିଏଲଆରଏସି ସଭା ଅନୁଷ୍ଠିତ ହୋଇଥିଲା। ବୈଠକରେ ସମ୍ବଲପୁର ଜିଲ୍ଲାପାଳ, ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର,(ଆଇ.ଏ.ଏସ.),ଜିଲ୍ଲା ଉନ୍ନୟନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର,ଡ଼ିଡ଼ିଏମ-ନାବାର୍ଡ-ଶ୍ରୀ ଦେବେନ୍ଦ୍ର କୁମାର ଦାଶ,ଏଲଡ଼ିଓ-ଆରବିଆଇ-ସେବାଶ୍ରୀ ସାହୁ,ଏଲଡ଼ିଏମ-ସମ୍ବଲପୁର-ଶ୍ରୀ ଦେବକିଶୋର ନାୟକ, ନିର୍ଦ୍ଦେଶକ-ଆରଏସଇଟିଆଇ-ଶ୍ରୀ ସୁବାଶ ଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ପ୍ରମୁଖ ଅଧିକାରୀ ଓ ବ୍ଯାଙ୍କ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ସଭା ରେ ସମ୍ବଲପୁର ଜିଲ୍ଲାର ବ୍ୟାଙ୍କ ଗୁଡିକର ଅଭିବୃଦ୍ଧି, ତ୍ରୈମାସିକ ଅଭିବୃଦ୍ଧି, କୃଷି ଏବଂ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଗୁଡିକର ଅର୍ଥନୈତିକ କ୍ଷେତ୍ର ରେ ଉନ୍ନତି, ବ୍ୟାଙ୍କ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା, ୨୦୨୪ ସେପ୍ଟେମ୍ବର ଏବଂ ଡିସେମ୍ବର ଅବସ୍ଥିତ ବୈତିକ ସମୀକ୍ଷା ବୈତିକ ତଥ୍ୟ, ବ୍ୟାଙ୍କ ର କ୍ରେଡିଟ୍‌-ଡିପୋଜିଟ୍‌ ଅନୁପାତ, ପ୍ରାଥମିକ କ୍ଷେତ୍ର ଋଣ ର ବଣ୍ଟନ, ବାର୍ଷିକ ଋଣ ଯୋଜନାର ସଫଳତା, ସରକାର ଙ୍କ ଦ୍ଵାରା ପ୍ରଚଳିତ ଯୋଜନା ଗୁଡ଼ିକ (ଏନ୍‌ଆରଏଲଏମ୍‌, ଏନ୍‌ୟୁଆରଏଲଏମ୍‌), ଏବଂ ଗ୍ରାହକଙ୍କୁ ଉଚିତ୍‌ ସୁବିଧା ଦେବା ବିଷୟରେ ଆଲୋଚନା ହୋଇଥିଲା।