ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ର ବଡ କିରାସିରା ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏ ଅବସରରେ ଆୟୋଜିତ ସଭାରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ସେଠୀ ସଭାପତିତ୍ତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଯୋଗ ଦେଇଥିଲେ। ଶିକ୍ଷକ ସୂର୍ଯ୍ୟ ନାରାୟଣ ସିଆଲ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ କରିଥିବା ବେଳେ କେନ୍ଝରିଆପାଲିର ପ୍ରଧାନ ଶିକ୍ଷକ ବ୍ରଜ ମୋହନ ବାରିକ ବିବରଣୀ ପଠନ କରିଥିଲେ । ଏହି ବୈଠକରେ ଅପାର ଆଇ ଡି, ଉତ୍କର୍ଷ , ଖାନ୍ ଏକାଡେମୀ , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର , ପଞ୍ଚସଖା ଶିକ୍ଷା ସେତୁ, ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଶିକ୍ଷକ ଅକ୍ଷୟ କୁମାର ରାଏ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ କୁନା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ମିଳନୀରେ ବ୍ଲକ୍ ର ୨୦ ଜଣ ପ୍ରଧାନ ଶିକ୍ଷକ ଯୋଗଦାନ କରିଥିଲେ ।
ବଡ କିରାସିରା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ସମ୍ମିଳନୀ
