ବାଲିଗୁଡା, ତା, ୧୫/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗାରେ ଶନିବାର ସନ୍ଧ୍ୟା ରେ ଜୈନକ ମାନସିକ ବିକୃତ ମହିଳା ନିଜ ଘରେ ନିଜେ ନିଆଁ ଲଗାଇଥିବାରୁ ଘରେ ଥିବା ବହୁ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଘଟଣାରୁ ପ୍ରକାଶ ଯେ, ସୁନାପାଙ୍ଗା ବାସିନ୍ଦା ବାସନ୍ତୀ ଶତପଥିଙ୍କ ସ୍ୱାମୀ ଓ ପୁଅର ମୃତ୍ୟୁ ପରେ ସେ ମାନସିକ ଦୁଶ୍ଚିନ୍ତା ରେ ଏକାକୀ ରହି ନିଜର ମାନସିକ ସ୍ଥିତି ହରାଇ ଥିଲେ l ଏପରି ସ୍ଥିତିରେ ଶନିବାର ସନ୍ଧ୍ୟାରେ ମାନସିକ ସ୍ଥିତି ଅଧିକ ହେବାରୁ ସେ ନିଜ ଘରେ ନିଜେ ନିଆଁ ଲଗାଇ ଘରର ଦାଣ୍ଡ ପଟୁ ତାଲା ପକାଇ ବାରି ଆଡୁ କେଉଁ ଆଡେ ପଳାଇଥିଲେ l ନିଆଁ ଲାଗିବାର କିଛି ସମୟ ପରେ ପଦାକୁ ଧୂଆଁ ଆସିବାରୁ ଆଖପାଖ ପଡିଶା ଘର ଲୋକେ ସଙ୍ଗେ ସଙ୍ଗେ ସ୍ଥାନୀୟ ଦମକଳ କେନ୍ଦ୍ରକୁ ଜଣାଇବାରୁ ନିଆଁକୁ ଆୟତ୍ତ କରିଥିଲେ l
ମାନସିକ ବିକୃତ ମହିଳାଙ୍କ ଉନ୍ମତ କାଣ୍ଡ : ନିଜ ଘରେ ନିଜେ ନିଆଁ ଲଗାଇଲେ
