Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଓଡ଼ିଶା ଗସ୍ତର ଶେଷ ଦିନ; ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ମହାମହିମ

ମୟୂରଭଞ୍ଜ: ଆଜି ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଶେଷ ଦିନ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି। ଆଜି ଶେଷ ଦିନରେ ଦିଲ୍ଲୀ ଫେରିଯିବା ପୂର୍ବରୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ମହାମହିମ।

ସକାଳ ୯ଟା ୪୦ରେ ସର୍କିଟ ହାଉସରୁ ବାହାରି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଁଞ୍ଚିବେ ରାଷ୍ଟ୍ରପତି । ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ପରେ ୧୧ଟା ୧୫ରୁ ୧୨ଟା ୧୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେବେ । ୧୨ଟା ୨୫ରେ ସେଠାରୁ ବାହାରି ବାରିପଦା ହେଲିପ୍ୟାଡ୍‌ରୁ କୋଲେଇକୁଣ୍ଡା ଦେଇ ପାଲମ ଏୟାରପୋର୍ଟ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ୨ୟ ଦିନରେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି  । ରାଷ୍ଟ୍ରପତିଙ୍କର ଏହି ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରଖାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ